କୋରେଇ, କୋରେଇ ବ୍ଲକ୍ ଅନ୍ତର୍ଗତ ମୂଳାପାଳସ୍ଥିତ ଲିଙ୍ଗେଶ୍ଵର ବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୨୪ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଜ୍ଞାନ ବିଜ୍ଞାନ ମେଳାରେ ପ୍ରାରମ୍ଭରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୩୩ ଜଣ ଶିଶୁ ବୈଜ୍ଞାନିକ ଅଂଶଗ୍ରହଣ କରିଥିଲେ। ଉକ୍ତ ମେଳାରେ ୧୦ଟି ଵିଜ୍ଞାନ ପ୍ରକଳ୍ପର ମୋଟ ୧୭୦ ଜଣ ଶିଶୁ ଏବଂ ୩ଟି ଗଣିତ ପ୍ରକଳ୍ପ, ବିଜ୍ଞାନ ଗଣିତ ଓ ସଂସ୍କୃତ ଜ୍ଞାନ, ପ୍ରଶ୍ନମଞ୍ଚ, ପତ୍ରବାଚନ ପ୍ରୟୋଗ ଆଦି ସ୍ଥାନ ପାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବି.ଏନ.ବି. ହାଇସ୍କୁଲର ବିଜ୍ଞାନ ଶିକ୍ଷକ ବିଷ୍ଣୁ ମୋହନ କର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ବିଚାରକ ଭାବେ ପ୍ରଫୁଲ କୁମାର ଦାସ, ଵିଷ୍ଣୁ ମୋହନ କର, ରାଜେନ୍ଦ୍ର କୁମାର ଜେନା, ତାରିଣୀ ପ୍ରସାଦ ରାୟ, ସେକ ମକସୁଦ ଅଲ୍ଲୀ ଖାଁ, ବିକାଶ ନାୟକ ପ୍ରମୁଖ ଯୋଗଦେଇ ପ୍ରକଳ୍ପର ମୂଲ୍ୟାଙ୍କନ କରିଥିଲେ।
ସ୍ଥାନୀୟ ପରିଚାଳନା ସମିତିର ସଭାପତି ବୃନ୍ଦାବନ ସାହୁ, ସମ୍ପାଦକ ଦିଲୀପ କୁମାର ଧଳ, ଉପସଭାପତି ବାସୁଦେବ ପରିଡା, ସହ-ସମ୍ପାଦକ ଅଶୋକ କୁମାର ସାହୁ, କୋଷାଧ୍ୟକ୍ଷ ଆନନ୍ଦ ଚନ୍ଦ୍ର ପାଳଙ୍କ ସମେତ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନରେନ୍ଦ୍ର କୁମାର ତ୍ରିପାଠୀ, ସହ ପ୍ରଧାନ ଆଚାର୍ଯ୍ୟ ଜଗନାଥ ସ୍ଵାଇଁ, ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ଭାସ୍କର ଚନ୍ଦ୍ର ପଣ୍ଡା ଏବଂ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ପରିଚାଳନାରେ ସହଯୋଗ କରିଥିଲେ।