– ନୂଆ ମୋଟର ଯାନ ଆଇନ୍ କଡାକଡି ପରେ କମିଛି ଦୁର୍ଘଟଣା : ରିପୋର୍ଟ
ଭୁବନେଶ୍ୱର – ନୂତନ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ଓଡିଶାରେ ସଡକ ଦୁର୍ଘଟଣା ଏବଂ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ ପାଇଛି । ବୁଧବାର ଲୋକସେବା ଭବନରେ ଅନୁÂିତ ସଡକ ସୁରକ୍ଷା ପରିଷଦ ବୈଠକରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ କରିଛନ୍ତି । ଉକ୍ତ ରିପୋର୍ଟର ଦର୍ଶାଯାଇଛି ଯେ ୨୦୧୯ ଆରମ୍ଭ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ୪,୧୧୫ ଜଣଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଗତବର୍ଷ ତୁଳନାରେ ଚଳିତ ବର୍ଷ ୪.୫ ପ୍ରତିଶତ ଦୁର୍ଘଟଣା ହ୍ରାସ ପାଇଛି । ସେହିପରି ଦୁର୍ଘଟଣାଜନିତ ମୃତ୍ୟୁ ହାର ମଧ୍ୟ ୧୨ ପ୍ରତିଶତ କମିଛି ।
ରିପୋର୍ଟ ଅନୁଯାୟୀ ରାଜ୍ୟର ବୌଦ୍ଧ, ରାୟଗଡା, ସୋନପୁର, କନ୍ଧମାଳ, ଦେବଗଡ଼, ମାଲକାନଗିରି ଆଦି ଜିଲା ସର୍ବାଧିକ ଦୁର୍ଘଟଣା ପ୍ରବଣ । ୨୦୧୮ରେ ସମଗ୍ର ଭାରତରେ ୧ ଲକ୍ଷ ୫୨ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ସମୟରେ ଆମ ରାଜ୍ୟରେ ୫ ହଜାର ୩୧୫ଜଣଙ୍କ ମୃତ୍ୟୁ ହୋଇଥିଲା । ଦେଶରେ ପ୍ରତି ଘଂଟାରେ ଦୁର୍ଘଟଣାରେ ୧୭ ଜଣଙ୍କ ଜୀବନ ଯାଉଛି ।
ଗତ ଦଶନ୍ଧିରେ ଓଡ଼ିଶାରେ ୩୮ ହଜାର ୨୦୪ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ ସତୁରି ପ୍ରତିଶତ ଯୁବ ପିଢୀ । ୨୦୧୪ରୁ ୨୦୧୮ ମଧ୍ୟରେ ଦୁର୍ଘଟଣାରେ ମୃତ୍ୟୁ ହାର ୩୫.୨ପ୍ରତିଶତ ବଢିଥିଲା । ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଦୁର୍ଘଟଣାରେ ୪ ହଜାର ୧୧୫ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତମାନ ସୁଦ୍ଧା ୮ ହଜାର ମଦ୍ୟପ ଡ୍ରାଇଭର ଗିରଫ ହୋଇଛନ୍ତି । ୭୫୦ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଛି ବୋଲି ବୈଠକରୁ ସୂଚନା ମିଳିଛି ।