
ଭୁବନେଶ୍ୱର – ଏଣିକି ମହିଳ ସ୍ୱଂୟ ସହାୟକ ଗୋÂୀ ଜଳକର ଆଦାୟ କରିବେ । ଏଥିପାଇଁ ପ୍ରସ୍ତୁତ ହୋଇଥିବା ଜଳସାଥୀ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ରେଳବାଇ ଅଡିଟୋରିୟମ୍ ଠାରେ ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ୱର ୮ଟି ୱାର୍ଡରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିପାଇଁ ୱାଟକୋ ଓ ମହିଳା ସ୍ୱଂୟ ସହାୟକ ମହାସଂଘ ସହିତ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ପରବର୍ତୀ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ୧୧୪ଟି ସହରାଂଚଳରେ ସମ୍ପୂର୍ଣ୍ଣ ଭାବେ ଏହାକୁ କାର୍ଯ୍ୟକାରୀ କରାଯିବ । ଏହାଦ୍ୱାରା ୧୨ ଲକ୍ଷରୁ ଅଧିକ ପରିବାରକୁ ୯୦୦ ନିୟୁତ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ପ୍ରାୟ ୭୦ ଲକ୍ଷ ଲୋକ ଏହି ଯୋଜନା ଦ୍ୱାରା ଉପକୃତ ହେବ । ରାଜିନାମା ଅନୁଯାୟୀ ସହରାଂଚଳର ଲୋକମାନେ ସେମାନଙ୍କ ଜଳ ଯୋଗାଣ ଦେୟ ଘରେ ବସି ପୈଠ କରିପାରିବେ । ଏହାସହ ଜଳର ମାନ ପରୀକ୍ଷା କରାପାରିବେ । ସାରା ରାଜ୍ୟରେ ୫ହଜାର ହଜାର ଜଳସାଥୀ ଏହି କାର୍ଯ୍ୟକ୍ରମରେ ନିୟାଜିତ ହେବେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜଳସାଥୀ ମାନଙ୍କୁ ଜଳ ମାନ ପରୀକ୍ଷା କିଟ୍ ଓ ପିଓଏସ୍ ମେସିନ୍ ବଂଟନ କରିଥିଲେ । ଜଳସାଥୀମାନେ ଘର ଘର ବୁଲି ନୂତନ ଜଳ ସଂଯୋଗ ଦେବାରେ ସାହାଯ୍ୟ କରିବେଏବଂ ନିଜ ଅଂଚଳରେ ନିୟମିତ ଭାବେ ଜଳର ମାନ ପରୀକ୍ଷା କରିବେ । ଜନସାଧାରଣଙ୍କ ଅଭାବ ଅଭିଯୋଗକୁ ସରକାରଙ୍କ ନିକଟରେ ପହଂଚାଇବାକୁ ସହଯୋଗ କରିବେ ।
ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ କହିଥିଲେ ଯେ ପରିବାରର ସ୍ୱାସ୍ଥ୍ୟପ୍ରତି ମା ମାନେ ଅଧିକ ଯତ୍ନବାନ୍ ହୋଇଥାନ୍ତି । ଭଲ ପାନୀୟ ଜଳର ଉତମ ସ୍ୱାସ୍ଥ୍ୟ ସହିତ ସମ୍ପର୍କ ରହିଛି । ତେଣୁ ପିଇବା ପାଣିରେ ପରିଚାଳନା ଦାୟିତ୍ୱ ମହିଳାମାଯନଙ୍କୁ ଦିଆଯିବାକୁ ନିଆଯାଇଥିବା ପଦକ୍ଷେପ ପ୍ରଶଂସନୀୟ । ମହିଳାମାନଙ୍କର ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଧାନ ସଂଗ୍ରହ ଠାରୁ ଆରମ୍ଭ କରି ଛତୁଆ ଯୋଗାଣ , ବିଦ୍ୟୁତ୍ ମିଟର ରିଡିଂ ପରି ଅନେକ ଦାୟିତ୍ୱ ମହିଳାମାନଙ୍କୁ ଦେଇଛନ୍ତି । ଏହାକୁ ସେମାନେ ସଫଳତାର ସହ ନିର୍ବାହ କରୁଛନ୍ତି । ଜଳସାଥୀ ଭାବେ ମା ମାନେ ଲୋକଙ୍କ ବିଶ୍ୱାସ ଓ ଭରଷା ହାସଲ କରିବା ସହିତ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବେ । ଏହି ନୂତନ କାର୍ଯ୍ୟକ୍ରମକୁ ଜଳସାଥୀମାନେ ସଫଳତାର ସହ ଆଗେଇ ନେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ , ଅଶୋକ ଚନ୍ଦ୍ର ପଣ୍ଡା , ବିଧାୟକ ଅନନ୍ତ ନାରାୟଣ ଜେନା , ସୁଶାନ୍ତ ରାଉତ,ନଗର ଉନ୍ନୟନ ପ୍ରମୁଖ ସଚିବ ଜି ମାଥି ଭାତନାନ୍ ଓ ମିଶନ ଶକ୍ତିର ସଚିବ ସୁଜାତା କାର୍ତିକେୟନ୍ ପ୍ରମୁଖ ଉପସ୍ଥିତ ଥିଲେ ।