ଭଦ୍ରକ – ଆଦାନୀ ଦକ୍ଷତା ବିକାଶ କେନ୍ଦ୍ର ଦ୍ୱାରା ପ୍ରାୟ ୫୦ ହଜାର ଯୁବ ତାଲିମଧାରୀଙ୍କୁ ଦକ୍ଷତା ଭିତିକ ତାଲିମ ପ୍ରଦାନ କରି ଏକ ମାଇଲଖୁଂଟ ସ୍ଥାପନା କରିପାରିଛି । ଗତ ପ୍ରାୟ ଚାରି ବର୍ଷ ମ୍ମରେ ଆଦାନୀ ଦକ୍ଷତା ବିକାଶ କେନ୍ଦ୍ର ଦେଶର ପ୍ରାୟ ୯ ଟି ରାଜ୍ୟରେ ୪୫ ଟି ପାଠ୍ୟକ୍ରମ ମାଧ୍ୟମରେ ୫୦ ହଜାର ଯୁବକଙ୍କୁ ଦକ୍ଷତା ଭିତିକ ତାଲିମ ଦେବା ସଙ୍ଗେ ସଙ୍ଗେ ୬୫ ପ୍ରତିଶତ ଜୀବନ ଜିବୀକା ସୃଷ୍ଟିି କରିପାରିଛି । ଏହାକୁ ଆଦାନୀ ଫାଉଣ୍ଡେସନ ଦ୍ୱାରା ବେଶ୍ ହର୍ଷ ଉହ୍ଲାସର ସହ ପାଳନ କରାଯାଇଛି । ଏହି ଉତ୍ସବରେ ଆଦାନୀ ଫାଉଣ୍ଡେସନର ଅଧ୍ୟକ୍ଷ ଡଃ ପ୍ରୀତି ଆଦାନୀ, ଟ୍ରଷ୍ଟି ସିଲିନ ଆଦାନୀ ଏବଂ ଆଦାନୀ ଦକ୍ଷତା ବିକାଶ କେନ୍ଦ୍ରର ନିଦେ୍ର୍ଧଶକ ଡଃ ମଳୟ ମହାଦେବିଆ ସେମାନଙ୍କୁ ଉଚିତ ମାର୍ଗ ଦର୍ଶାଇବା ଏବଂ ପ୍ରେରଣା ଯୋଗାଇବା ନିମନ୍ତେ ଉପସ୍ଥିତ ଥିଲେ । ଆଦାନୀ ଦକ୍ଷତା ବିକାଶ କେନ୍ଦ୍ରର ମୁଖ୍ୟ ଯତୀନ ତ୍ରିବେଦୀ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ବସନ୍ତ ଗଡବୀ, ନିଦେ୍ର୍ଧଶକ (ଆଦାନୀ ଫାଉଣ୍ଡେସନ) ଏବଂ ପରିଚାଳନା ନିଦେ୍ର୍ଧଶକ (ଆଦାନୀ ଦକ୍ଷତା ବିକାଶ କେନ୍ଦ୍ର) ଏହି ଅବସରରେ ଆଦାନୀ ଦକ୍ଷତା ବିକାଶ କେନ୍ଦ୍ରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପକୃତ ହୋଇଥିବା ଛାତ୍ରଛାତ୍ରୀ ଏହି କେନ୍ଦ୍ରରୁ ଉତୀର୍ଣ୍ଣ ହୋଇ କିପରି ସେମାନଙ୍କ ଜୀବନଧାରାରେ ପରିବର୍ତନ ଆଣିପାରିଥିଲେ ସେ ସମ୍ପର୍କରେ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ଏକ ଦକ୍ଷତା ଆଧାରିତ ନିଯୁକ୍ତ ପୁସ୍ତକର ଉନ୍ମୋଚନ ହୋଇଥିଲା । ଏହି ଅବସରରେ ଡଃ ପ୍ରୀତି ଆଦାନୀ କହିଥିଲେ ଯେ, ଆଦାନୀ ଦକ୍ଷତା ବିକାଶ କେନ୍ଦ୍ରର ଯାତ୍ରାର ପ୍ରାରମ୍ଭିକ ସୋପାନ ହେଉଛି ଜଣେ ସାଧାରଣ ଲୋକକୁ ଅସାଧାରଣତାର ପରିଚୟ ଦେବା । ଏହି ଦକ୍ଷତା ବିକାଶ କେନ୍ଦ୍ର ଦେଶର ବୃହତମ ମଡେଲଭିତିକ ଦକ୍ଷତା ବିକାଶ କେନ୍ଦ୍ର ମଧ୍ୟରୁ ଅନ୍ୟତମ । ଆଦାନୀ ଦକ୍ଷତା ବିକାଶ କେନ୍ଦ୍ର ହେଉଛି ଦେଶର ପ୍ରଥମ ଦକ୍ଷତା କେନ୍ଦ୍ର ଯେଉଁଠାରେ ୩ଡି ପ୍ରଂଟିଂ, ସିମୁଲେଟର ଆଧାରିତ କ୍ରେନ ପରିଚାଳନା, ସିମୁଲେଟର ମାଧ୍ୟମରେ ୱେଲଡିଂ ଆଦି ପାଠ୍ୟକ୍ରମ ସ୍ଥାନିତ କରାଯାଇଛି । ଡିଜିଟାଲ ପାଠ୍ୟକ୍ରମ, ଜେନେରାଲ ଡୁ୍ୟଟି ଆସିଷ୍ଟାଂଟ, ସିଲାଇ ମେସିନ ଚାଳନା, ସୌନ୍ଦର୍ଯ୍ୟ ଚିକିତ୍ସକ, ଆଇଟି ଇଲେକ୍ଟ୍ରିସିଆନ, ସ୍ୱାସ୍ଥ୍ୟସେବା, ଡ୍ରେସ, ସୌନ୍ଦର୍ଯ୍ୟ ପରିଚର୍ଯ୍ୟା ଏବଂ ନିର୍ମାଣ ଆଦି କ୍ଷେତ୍ରରେ ତାଲିମ ପ୍ରଦାନ କରାଯାଉଛି ।
Related Stories
December 24, 2024