

ଭଦ୍ରକ – ଦିଲ୍ଲୀ ଇନ୍ଟାକ୍ ଆନୁକୁଲ୍ୟରେ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ଭଦ୍ରକ ଇନ୍ଟାକ୍ ଦ୍ୱାରା ବିଦ୍ୟାଳୟ ସ୍ତରୀୟ ସର୍ବଭାରତୀୟ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ‘ନିତ୍ୟାନନ୍ଦ ଭବନ’, କୁଆଁସ ଠାରେ ଅନୁÂିତ ହୋଇଥିଲା । ଉପଦେଷ୍ଟା ଡ. ପ୍ରଫେସର ସନାତନ ମହାନ୍ତି ଓ କନ୍ଭେନର ଅବସରପ୍ରାପ୍ତ କମିଶନର ଦିଗମ୍ବର ମହାନ୍ତି ଏହାକୁ ଉଦ୍ଘାଟନ କରି ଐତିହ୍ୟ, ଗାନ୍ଧିଙ୍କ ଦର୍ଶନ ଓ ଭଦ୍ରକକୁ ଗାନ୍ଧୀଙ୍କ ଆଗମନ ସହ ପଦଯାତ୍ରା ସମ୍ପର୍କରେ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ସହ ଆବାହକ ସମାଜ ସେବୀ ଏସ୍.ଏମ୍. ଫାରୁକ୍ ସହଯୋଗ କରିଥିଲେ । ପ୍ରତିଯୋଗିତାର ନିୟନ୍ତ୍ରକ ଭାବେ ଅନ୍ୟତମ ସହଆବାହକ ରାଷ୍ଟ୍ରପତି ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଭାକର ମଲ୍ଲିକ ପ୍ରତିଯୋଗିତାର ପରୀକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ସହ ଶୃଙ୍ଖଳାର ସହ ପରୀକ୍ଷା ପରିଚାଳନା କରିଥିଲେ । ୧୧ଟି ବିଦ୍ୟାଳୟର ୭୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୮ଜଣ ଚିତ୍ରାଙ୍କନରେ ଓ ୩୭ଜଣ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହାର ମୂଲ୍ୟାୟନ ଜାତୀୟ ସ୍ତର ଇନ୍ଟାକ୍ ଦିଲ୍ଲୀରେ ହେବ । ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଦିଲ୍ଲୀ ଇନ୍ଟାକ୍ ଦ୍ୱାରା ପ୍ରସ୍ତୁତ ହୋଇ ପ୍ରଦାନ କରାଯିବା ସହ ଆଞ୍ଚଳିକ ସ୍ତରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ସାଟିଫିକେଟ ଓ ପୁରସ୍କାର, ଜାତୀୟ ସ୍ତରରେ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀର ଐତିହ୍ୟସ୍ଥଳୀ ପରିଦର୍ଶନ ଇନ୍ଟାକ୍ ମାଧ୍ୟମରେ କରାଯିବାର ବ୍ୟବସ୍ଥା ଅଛି । ପ୍ରତିଯୋଗିତାର ପଞ୍ଜିକରଣ ଓ ନିରୀକ୍ଷକ ଭାବରେ ହରମୋହନ କୁଅଁର, କାଶୀନାଥ ସାହୁ, ଅଜିତ୍ କୁମାର ଦାସ, ବାବୁଲାଲ ଦାସ, ନରେନ୍ଦ୍ର ପ୍ରସାଦ ସାହୁ, ବିଚିତ୍ରାନନ୍ଦ ମହାନ୍ତି, ହୃଷିକେଶ ମହାନ୍ତି, ମନୋରଞ୍ଜନ ଦାସ, ଅଜିତ୍ କୁମାର ନାୟକ, କରୁଣାକର ଉପାଧ୍ୟାୟ, ପ୍ରତାପ ଚନ୍ଦ୍ର ଦଳାଇ, ଲକ୍ଷ୍ମଣ କୁମାର ମହାନ୍ତି, ହରେକୃଷ୍ଣ ତ୍ରିପାଠୀ, ଚିତରଞ୍ଜନ ବରାଳ, କାର୍ତିକ ଚନ୍ଦ୍ର ଖୁଂଟିଆ, ଡ଼. ରାମଚନ୍ଦ୍ର ନାୟକ, ଡ଼. କ୍ଷୀରୋଦ ସାମଲ, କୈଳାଶ ଚନ୍ଦ୍ର ପଣ୍ଡା, ଶାନ୍ତନୁ କୁମାର ରାଉତ ଦକ୍ଷତାର ସହ କାର୍ଯ୍ୟ ସଂପାଦନ କରିଥିଲେ । ଉଦ୍ଘାଟନ କାର୍ଯ୍ୟକ୍ରମରେ ପଣ୍ଡିତ ଘନଶ୍ୟାମ ଲେଙ୍କା, ଇଂ ବିମ୍ବାଧର ବ୍ରହ୍ମ, ବିଜୟ ମହାନ୍ତି, ସ୍ମିତା ମହାନ୍ତି, ଶାନ୍ତିଲତା ନାଗ, ଗୌତମ ମହାରଣା, ଅଶୋକ କୁମାର ମହାନ୍ତି , ବିଜୟ କୁମାର ସାହୁ ଅଗଣି ଚରଣ ଜେନା ପ୍ରମୁଖ ବହୁ ସଦସ୍ୟ ସହଯୋଗ କରି ସମସ୍ତଙ୍କୁ ଟିଫିନ୍, · ଓ ମଧ୍ୟାହ୍ନ ଭୋଜନ ପ୍ରଦାନ କରିଥିଲେ । ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଅଧ୍ୟକ୍ଷ ଜନ୍ମେଜୟ ସେଠୀ, ପ୍ରଶାନ୍ତ କୁମାର ସାହୁ, ଶରତ କୁମାର ସାହୁ, ଅଶୋକ କୁମାର ଶତପଥି, ଅଶୋକ ସିଂ ଓ ବହୁ ଅଭିଭାବକ, ଇଲେକ୍ଟ୍ରୋନିକ ମିଡ଼ିଆ ଓ ଖବରକାଗଜର ପ୍ରତିନିଧିମାନେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉସôାହିତ କରିଥିଲେ । ପ୍ରତିଯୋଗିତାର ନିୟନ୍ତ୍ରକ ଛାତ୍ରଛାତ୍ରୀମାନେ ବିଶେଷ କୃତିତ୍ୱ ହାସଲ କରି ଜାତୀୟ ସ୍ତର ଓ ଆଞ୍ଚଳିକ ସ୍ତରରେ ସ୍ଥାନ ଅଧିକାର କରି ଭଦ୍ରକର ଐତିହ୍ୟ, ପରଂପରା ଓ ଗୌରବ ରକ୍ଷାକରିବା ପାଇଁ ଆହ୍ୱାନ କରିବା ସହ ସେମାନଙ୍କୁ ବିଶେଷ ଉସôାହିତ କରିଥିଲେ ।