

ଭଦ୍ରକ – ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରାଚୀନତା ଥିଲେ ବି ଆଧୁନିକ ସାହିତ୍ୟ ଉକ୍ରର୍ଷତା ଲାଭ କରିଛି ଏବଂ ଓଡ଼ିଆ ଆଧୁନିକ ସାହିତ୍ୟରେ ସମକାଳ ଓ ପରମ୍ପରା ମଧ୍ୟରେ ମଧୁର ସମନ୍ୱୟ ରହିଛି ବୋଲି ଭଦ୍ରକ ସହର କଲ୍ୟାଣୀନଗର ଠାରେ ଆମ ମାତୃଭାଷା ପରିଷଦ ଆନୁକୂଲ୍ୟରେ ଆୟୋଜିତ ସଂକ୍ରାନ୍ତି ଆସରରେ ଅତିଥି ମତବ୍ୟକ୍ତ କରିଛନ୍ତି । ପରିଷଦର ସଭାପତି ଇଂ ଅଭୟ ସୂତାରଙ୍କ ପୌରୋହିତ୍ୟରେ ଅନୁÂିତ ଏହି ସାହିତ୍ୟ ଆସରରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା ଉଦ୍ଘାଟକ, ସମାଜସେବୀ ରୋଟାରିଆନ ଡା.ସୁଧୀରଂଜନ ନାୟକ ମୁଖ୍ୟ ଅତିଥି, ଶିକ୍ଷାବିତ୍ ପ୍ରଫେସର ଡ. ବଳରାମ ମିଶ୍ର ମୁଖ୍ୟବକ୍ତା, ଅଧ୍ୟାପକ ନୀହାର ରଂଜନ କର ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ‘ଆଧୁନିକ ସାହିତ୍ୟରେ ସମକାଳ ଓ ପରମ୍ପରା’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁÂିତ ହୋଇଥିଲା । ଶିକ୍ଷାବିତ୍ ଗୟାଧର ପଣ୍ଡା, ନାଟ୍ୟଶ୍ରୀ ନିର୍ମଳ ରାଉତ, ଭଣ୍ଡାରିପୋଖରୀ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପୁରୁଷୋତମ ଧଳ, ଭଦ୍ରକ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଡ. ସୁଦର୍ଶନ ବାରିକ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଆଲୋଚନାଚକ୍ର ପରେ କବୟିତ୍ରୀ ମମତାରାଣୀ ଦାଶଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁÂିତ ହୋଇଥିଲା ଏବଂ କବୟିତ୍ରୀ ଅଧ୍ୟାପିକା ନୀଳିମା ପଣ୍ଡା, ମନୋରମା ମହାନ୍ତି, କାଦମ୍ବିନୀ ମହାନ୍ତି, ରମେଶ ଚନ୍ଦ୍ର ଦାସ, ଉମାକାନ୍ତ ମହାନ୍ତି, ବାବାଜୀ ଚରଣ ମହାନ୍ତି, ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ, ଆନନ୍ଦ ଚନ୍ଦ୍ର ନାଥ, ଅଗଣି ଚରଣ ଜେନା, ଅଂଶୁମାନ ସ୍ୱାଇଁ, ଅର୍ଜୁନ ଚରଣ ବାରିକ, ଦୟାନିଧି ବେହେରା, ଉତମ କୁମାର ମହାନ୍ତି ବସନ୍ତ କୁମାର ମହାନ୍ତି, ମନୋଜ ପଣ୍ଡା, ସୁଶାନ୍ତ ରାଉତ, ମୁସ୍ତାକ ଗହ୍ୱର, ଅବଦୁଲ ଦୟାନ, ସମ୍ବିତ ମହାନ୍ତି, ପପୁ ପଣ୍ଡା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଉକ୍ତ ଆସରରେ ପରିଷଦର ସମ୍ପାଦକ ଡା. ଅନିଲ କୁମାର ଦାଶ ସ୍ୱାଗତ ଭାଷଣ ଓ ସମ୍ପାଦକୀୟ, ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଅତିଥି ପରିଚୟ ଦେଇଥିଲା ବେଳେ ମନୋଜ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । କବୟିତ୍ରୀ ମମତାରାଣି ଦାଶ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ।