ଭଦ୍ରକ – ତଳ ବ୍ୟାଚ୍ର ଜଣେ ମହିଳା କନେଷ୍ଟବଳଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖôବା ପରେ ପ୍ରତାରଣା କରିବାର ଅଭିେଯାଗରେ ଆଜି ଭଦ୍ରକ ସହରାଳ ଥାନା ପୁଲିସ୍ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି। ଏବେ ଏହି ଘଟଣା ସଂପର୍କରେ ଯାହା ଜଣାଯାଏ କନେଷ୍ଟବଳ ଜଗତପତି ହାଁସଦା ତଳବ୍ୟାଚ୍ର ଜଣେ ମହିଳା କନେଷ୍ଟବଳଙ୍କୁ ପ୍ରେମ କରୁଥିଲେ। ଏପରିକି ସେ ତାଙ୍କ ସହ ଶାରୀରିକ ସଂପର୍କ ମଧ୍ଯ ରଖôଆସୁଥିଲେ। ମାତ୍ର ପରେ ବିବାହ ପାଇଁ ରାଜି ନହେବାରୁ ମହିଳା କନେଷ୍ଟବଳ ଜଣକ ଭଦ୍ରକ ସହରାଳ ଥାନାରେ ଏତଲା ଦେଇଥିଲେ। ସେ ତାଙ୍କ ଅଭିେଯାଗ ପତ୍ରରେ ପ୍ରେମିକ ଜଗତ ପତି ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖôଆସୁଥିଲେ ମଧ୍ଯ ଶେଷ ମୁହୂର୍ରେ ଧୋକା ଦେଇଥିବା ବିଷୟ ଉଲ୍ଲେଖ କରିଛନ୍ତି। ସହରାଳ ଥାନା ପୁଲିସ୍ ଅଭିଯୁକ୍ତ କନେଷ୍ଟବଳ ଜଗତପତିକୁ ଗିରଫ କରି ଡାକ୍ତରୀ ପରୀକ୍ଷା କରାଇଛି। ତେବେ ଜଗତପତି ବିବାହ ପାଇଁ ରାଜିଥିବାବେଳେ ପୁଲିସ୍ ତାଙ୍କୁ କାହóକି ଗିରଫ କରିଛି, ସେ ଜାଣିନଥିବା ବିଷୟ ଗଣମାଧ୍ଯମକୁ କହିଛନ୍ତି। ଅଭିଯୁକ୍ତ କନେଷ୍ଟବଳକୁ ଗିରଫ ପରେ ନିଲମ୍ବିତ କରାଯାଇଥିବାର ସୂଚନା ମିଳିଛି।
Related Stories
November 25, 2024