କେନ୍ଦ୍ରାପଡ଼ା – ଜନ ସେବା କେନ୍ଦ୍ରର ଜିଲ୍ଲା ପରିଚାଳକଙ୍କ ବିରୋଦ୍ଧରେ ଠକାମି ଅଭିଯୋଗ କରିବା ସହ କେନ୍ଦ୍ର ମାଲିକ ମାନେ ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ରଙ୍କୁ ଭେଟି ମ୍ୟାନେଜର ଙ୍କ ବିରୋଦ୍ଧରେ ଅଭିଯୋଗ କରିଛନ୍ତି । ଏହାସହ ହାତରେ ପେଟ୍ରୋଲ ବୋତଲ ଧରି ସେମାନଙ୍କୁ କାର୍ଯ୍ୟ କରିବାକୁ ସୁଯୋଗ ଦିଆନଗଲେ, ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ଅଭିଯୋଗ ମୁତାବକ ଏହି କେନ୍ଦ୍ର ମାଲିକମାନେ ଗ୍ରାମାଂଚଳରେ ଜନ ସେବା କେନ୍ଦ୍ର ଚଳାଇ ଆସୁଥିବା ବେଳେ ସର୍ଭିସ୍ ପ୍ରୋଭାଇଡର ଜିଲ୍ଲା ପରିଚାଳକ ସେମାନଙ୍କୁ ନାନା ପ୍ରକାର ନିର୍ଯ୍ୟାତନା ଓ ଆର୍ଥିକ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଆର୍ଥିକ ଜନ ଗଣନା କାମରେ ଅଭିଜ୍ଞ ଲୋକଙ୍କୁ ବାଦ୍ ଦେଇ ଠକମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏକ ବର୍ଷ ତଳୁ ଗ୍ୟାସ୍ ସେବା ପ୍ରଦାନ ପାଇଁ ୧୦ ହଜାର ଟଙ୍କା ନେଇଥିଲେ ମଧ୍ୟ ଗ୍ୟାସ୍ ବିତରଣ ର ଅନୁମତି ଦେଉ ନାହାଁନ୍ତି କି ଟଙ୍କା ଫେରସ୍ତ କରୁ ନାହାଁନ୍ତି । ଡିଜିଟାଲ ଲିଟେରାରୀ ପୋଗ୍ରାମ୍ ପାଇଁ ବାଦ୍ ଦେଇ ତାଙ୍କ ମନୋନିତ ପାର୍ଥୀଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରତି ପଂଚାୟତରେ କାର୍ଯ୍ୟ କରାଯାଉଥିଲେ ମଧ୍ୟ ଏହାର ପ୍ରାପ୍ୟ ଦେଉ ନାହାଁନ୍ତି । ଏନେଇ ପ୍ରେମ ରଞ୍ଜନ ମହାନ୍ତି, ପ୍ରଶାନ୍ତ ମହାନ୍ତି, ରାଜେନ୍ଦ୍ର ପ୍ରସାଦ ନାୟକ, ସମ୍ବିତ୍ ପାତ୍ର, ସୁରେଶ୍ ଚନ୍ଦ୍ର ବିଶ୍ୱାଳ, ସେହ୍ନାଶିଷ୍ ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଅଭିଯୋଗ କରିଛନ୍ତି ।
Related Stories
November 25, 2024