
କେନ୍ଦ୍ରାପଡ଼ା – ଇଂଜିନିୟର ନରେଶ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ଏକ ଶୋକସଭା ଜ୍ୟୋର୍ତିମୟୀ ମହିଳା ସମିତି ପରିସରରେ ଅନୁÂିତ ହୋଇଯାଇଛି । ପୂର୍ବତନ ଅଧ୍ୟାପକ ଶରତ ଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଓ ଫକିର ଚରଣ ରାଉତଙ୍କ ସଂଯୋଜନାରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତଃ ଇଂଜିନିୟରଙ୍କ ନରେଶ ଚନ୍ଦ୍ର ପଣ୍ଡାଙ୍କ ସ୍ମୃତି ପ୍ରତି ଗଭୀର ଶ୍ରନ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଅବସର ପରେ ସ୍ୱର୍ଗତଃ ପଣ୍ଡା କେନ୍ଦ୍ରାପଡା ଲ କଲେଜ କଲୋନୀରେ ବାସ କରୁଥିବା ବେଳେ ବିଭିନ୍ନ ସାମାଜିକ କାର୍ଯ୍ୟରେ ସହଯୋଗ କରି ଲୋକପ୍ରିୟ ହୋଇ ପାରିଥିଲେ । ଏହି ସ୍ମୃତି ସଭାରେ ବିଜୟ କୁମାର ନାୟକ, ଡ଼ଃ ପ୍ରଭାକର ମଲ୍ଲିକ, ଡ଼ଃ ବସନ୍ତ କୁମାର ବରାଳ, ଇଂ ପ୍ରମୋଦ କୁମାର ରାଉତ, ଆଡଭୋକେଟ୍ ସତ୍ୟ ରଞ୍ଜନ ପରିଡା ପ୍ରମୁଖ ସ୍ମୃତି ଚାଳନା କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ