
କନ୍ଧମାଳ- ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବାଲନ୍ଦାପଡା ଠାରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ(ସିଆରପିଏଫ) ପକ୍ଷରୁ ଏକ ବିହନ ବଂଟନ କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବାଲିଗୁଡା ସ୍ଥିତ ୧୨୭ ବିଏନ ସିରପିଏଫ କ୍ୟାମ୍ପର କମାଣ୍ଡାଂଟ ଜି. କୁମାର , ଶୁଖବୀର ସିଂ, ହାୟତ ସିଂ ରଣା, ଫିରିଙ୍ଗିଆ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡା ନିଶିଥ୍ ନିଶାନ୍ତ ମାଲୁ, ସିଆରପିଏଫ କ୍ୟାମ୍ପ ଗୋଛାପଡାର କମ୍ପାନୀ କମାଣ୍ଡାଂଟ ଭିମଲ ସିଂ, ସିଆରପିଏଫର ଫାର୍ମାସିଷ୍ଟ ଅମୂଲ୍ୟ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଚାଷୀମାନଙ୍କୁ ବିଭିନ୍ନ ପରିବା ବିହନ ବଂଟନ କରିଥିଲେ । ଏଥି ସହ ଆସିଥିବା ଚାଷୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା ଓ ମାଗଣା ଔଷଧ ମଧ୍ୟ ବଂଟନ କରାଯାଇଥିଲା । ଏହି ଶିବିରରେ ଆଖପାଖ ଅଂଚଳରୁ ବହୁ ସଂଖ୍ୟାରେ ଚାଷୀମାନେ ଯୋଗ ଦେଇଥିଲେ ।