କନ୍ଧମାଳ- କିଛି ଦିନର ନୀରବତା ପରେ ପୁଣି ଲୁଟେରା ମାତିଛନ୍ତି ସହରରେ । ଆଜି ଖଜରିପଡା ଗୋÂି ସ୍ୱାସ୍ଥ୍ୟକେନ୍ଦ୍ରରେ ହେଲଥ୍ ସୁପରଭାଇଜର ଥିବା ଫୁଲବାଣୀ ପିଅନପଡା ଅଂଚଳର ଶଙ୍କର ଦୋରା ନିଜ ଘର ନର୍ମାଣ ପାଇଁ ଦିନ ୨ଟା ସମୟରେ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇଥିଲେ । ଏକ ପଲିଥିନ ବ୍ୟାଗରେ ଟଙ୍କା ରଖି ସ୍କୁଟି ଯୋଗେ ଜେଲରୋଡରେ ଯାଉଥିବା ବେଳେ ଦୁଇଜଣ ହେଲମେଟ୍ ପିନ୍ଧିଥିବା ଦୁର୍ବୃତ ଏକ ବାଇକ୍ରେ ଆସି ଟଙ୍କା ଥିବା ପଲିଥିନ୍ ବ୍ୟାଗକୁ ଝାମ୍ପି ନେଇ ଛୁ ମାରିଥିଲେ । ସଙ୍ଗେ ସଙ୍ଗେ ଶ୍ରୀ ଦୋରା ଟାଉନଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ଦୁର୍ବୃତମାନଙ୍କର ପତା ପାଇ ପାରିନଥିଲେ । ଲୁଟ ହୋଇଥିବା ସ୍ଥାନ ନିକଟରେ ଥିବା ରୟାଲ ହୋଟେଲର ସିସି ଟିଭିରେ ଦୁର୍ବୃତମାନେ ଟଙ୍କା ଲୁଟି ଯାଇଥିବାର ଭିଡିଓ ରୋକର୍ଡ ହୋଇଥିବା ଜଣା ପଡିଛି । ପୁଲିସ ଅଭିଯୋଗ ଉପରେ ୧୯୦ା ୧୯ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନାଧିକାରୀ ନରେଶ ସାହୁ ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଦୁଇ ମାସ ତଳେ ଦିନ ଦ୍ୱିପ୍ରହରରେ ସହରରେ ୩ଟି ଲୁଟ ହୋଇଥିଲା । ଜଣେ ଅଳଙ୍କାର ବ୍ୟାବସାୟୀଙ୍କ ଠାରୁ ୪ କିଲୋ ରୂପା ଅଳଙ୍କାର ଲୁଟ ହୋଇଥିବା ବେଳେ ଦୁଇ ଜଣ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ଲୁଟ ହୋଇଥିଲା । ଏହି ସମସ୍ତ ଲୁଟ ଘଟଣାରେ ପୁଲିସ ଆଜି ପ ର୍ଯ୍ୟନ୍ତ ଅପରାଧୀମାନଙ୍କ ଟେର ପାଇନଥିବା ବେଳେ ଏବେ ପୁଣି ଚୋରି ଓ ଲୁଟ ଘଟଣା ପୁଲିସର ପାରିବା ପଣିଆକୁ ନେଇ ପ୍ରଶ୍ନ ଉଠିଛି । ସହରରେ ପୁଲିସର ପେଟ୍ରୋଲିଂ ଠିକ୍ ଭାବେ ହେଉନଥିବା ସାଧାରଣରେ ଅଭିଯୋଗ ହେଉଥିବା ବେଳେ ବାରମ୍ବାର ଦାବି ସତ୍ୱେ ସହରର ଛକସ୍ଥାନ ମାନଙ୍କରେ ସିସି କ୍ୟାମେରା ଲଗାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।
Related Stories
November 25, 2024