
କେନ୍ଦ୍ରାପଡ଼ା – ଲଳିତ କଳା ଏକାଡେମୀର ପୂର୍ବତନ ସଂପାଦକ ତଥା ଜଣାଶୁଣା ମୂର୍ତିକାଶିଳ୍ପୀ ଅଧ୍ୟାପକ ରବି ନାରାୟଣ ରଥ ମାତ୍ର ୧୦ ମିନିଟ୍ ମଧ୍ୟରେ ମହାତ୍ମାଗାନ୍ଧୀଙ୍କ ମୂର୍ତି ମାଟିରେ ତିଆରି କରି ଉପସ୍ଥିତ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କୁ ଚମକୃତ କରି ଦେଇଥିଲେ । କେନ୍ଦ୍ରାପଡା ପୈାରାଚଂଳ ଅଧିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୧୫୦ତମ ଗାନ୍ଧୀ ଜୟନ୍ତି ଅବସର ରେ ଆୟୋଜିତ କ୍ରିଡା ଉସôବରେ ଅତିଥି ଭାବେ ଯୋଗଦେଇ ଏହି ମୂର୍ତି ତିଆରି କରିଥିଲେ । ଏହି ଉସôବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା, ବିଧାୟକ ଶଶି ଭୂଷଣ ବେହେରା, ବିଜେଡି ବ୍ଲକ ସଭାପତି ଆଲୋକ ସାହୁ, ପୂର୍ବତନ ପୈାରାଧ୍ୟକ ଧିରେନ୍ ସାହୁ, କେନ୍ଦ୍ରାପଡା ବ୍ଲକ ଚେୟାର୍ ମ୍ୟାନ୍ ଅନାମ ବନ୍ଧୁ ଧଳ, ପ୍ରଧାନ ଶିକ୍ଷୟତ୍ରୀ ଏମ୍ ଏସ୍ ସ୍ନେହତା , ଅନ୍ନପୂର୍ଣ୍ଣା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।