
କେନ୍ଦ୍ରାପଡ଼ା – ଜିଲ୍ଲାର ଚାଷୀମାନଙ୍କ ପାଇଁ ଖରିଫ୍ ଓ ରବି ଫସଲର ବିଭିନ୍ନ ଚାଷପାଇଁ ଏକର ପିଛା ଋଣ ଦର ଧାର୍ଯ୍ୟ କରାଯାଇଛି । କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଦ୍ୱାରା ଆୟୋଜିତ ଋଣ ଦର ଧାର୍ଯ୍ୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମର୍ଥ ବର୍ମା ଅଧ୍ୟକ୍ଷତା କରିଥିଲେ । ଧାନ ଚାଷ ପାଇଁ ଏକର ପିଛା ୨୨ ହଜାର ୪୫୦, ମୁଗ, ବିରି ପାଇଁ ୭ ହଜାର ୫୦୦, ଆଖୁ ଚାଷ ପାଇଁ ୨୪ ହଜାର, ମାଛ ପାଇଁ ୧ ଲକ୍ଷ ୨୦ ହଜାର, ୨ଟି ଗାଈ ପାଇଁ ୧ ଲକ୍ଷ ୪୦ ହଜାର ଓ କଦଳୀ ଚାଷ ପାଇଁ ଏକର ପିଛା ୪୨ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ସହିତ ପିଆଜର ଅହେତୁକ ମୁଲ୍ୟ ବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାର ଚାଷିମାନେ ଅଧିକ ରୁ ଅଧିକ ପିଆଜ ଚାଷ ପ୍ରତି ମନ ଦେବାପାଇଁ ଜିଲ୍ଲାପାଳ ଶ୍ରୀ ବର୍ମା ପରାମର୍ଶ ଦେଇଥିଲେ । ୨୦୨୦-୨୧ ଆର୍ଥିକ ବର୍ଷରେ ଜିଲ୍ଲାରେ ଥିବା ବ୍ୟାଙ୍କ ଓ ସମବାୟ ବ୍ୟାଙ୍କ ମାନେ ଏହି ହାର ରେ ଋଣ ଦେବାପାଇଁ ବୈଠକରେ ସ୍ଥିର କରାଯାଇଥିଲା । କେନ୍ଦ୍ରାପଡା କୋ ଅପରେଟିଭ୍ ବ୍ୟାଙ୍କର ଶାଖା ପରିଚାଳକ ରବିନ୍ଦ୍ର ନାଥ ବିଶ୍ୱାଳ, ଡିଜିଏମ୍ ନାବାର୍ଡ ଏକେ ଆଚାର୍ଯର୍୍ୟ, ଡିଏଫ୍ଓ ମମତା ମହାପାତ୍ର, ଭାରତୀୟ ଷ୍ଟେଟ୍ୱ୍ୟାଙ୍କର ବରିÂ ଅଧିକାରୀ ସ୍ୱାଧିନ ଦାସ, ଏଲଡିଏମ୍ ସୁନିଲ କୁମାର ପୁରୋହିତ ପ୍ରମୁଖ ଏହି ବୈାଠକରେ ଉପସ୍ଥିତ ଥିଲେ ।