କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ପାଣି ସଂଗଠନ ର ସମୀକ୍ଷା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପାଇଁ ଦୁଇ ଦିନିଆ କର୍ମଶାଳା ସ୍ଥାନୀୟ ଗୋପବନ୍ଧୁ ସେବା ପରିଷଦ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନ ରେ ସ୍ୱତନ୍ତ୍ର ରୂପରେ ପୁରୀ ଜିଲ୍ଲା ର ପାଣି ସମସ୍ୟା କୁ ଲୋକ ତଥା ପ୍ରଶାସନ ର ସାମ୍ନା ରେ ରଖିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ନିଆ ଯାଉଛି ବୋଲି ଆବାହକ ଉମାକାନ୍ତ ମହାନ୍ତି କହିଛନ୍ତି। P
ଲୋକଙ୍କ ପାଖରେ ଆମର ପହଞ୍ଚ , ସକ୍ରିୟ ପାଣି ସାଥୀ, ପାଣି ସମସ୍ୟା କୁ ବୁଝିବା, ମଜଭୁତ ଲୋକ ସଂଗଠନ, ସମସ୍ୟାର ଦଲିଲ୍ କରଣ, ସମଦର୍ଶି ସାଥୀ ଆଦି ସମସ୍ତ ଗୁରୁତ୍ବପୁର୍ଣ ଅଙ୍ଗ ଗୁଡ଼ିକୁ ନେଇ ପାଣି ସଂଗଠନ ବିକାଶ କ୍ଷେତ୍ର ରେ ପାଦ ଥାପିଛି। ଅନେକ ସରକାରୀ ଯୋଜନା ପ୍ରସ୍ତୁତି ହେଉଥିଲେ ମଧ୍ୟ ଲୋକ ଆଜି ବି ସ୍ୱାସ୍ଥ୍ୟକର ସ୍ୱଚ୍ଛ ପାନୀୟ ଜଳ ପାଇବାରେ ବିଫଳ ହେଉଛନ୍ତି। ବିକଳ୍ପ ଖୋଜିବା ର ସମୟ ଏବେ ଉପନୀତ ବୋଲି ବିଷ୍ଣୁପ୍ରିୟା ସ୍ୱାଇଁ ମତ ଉପସ୍ଥାପନ କରିଥିଲେ।
ଆସନ୍ତା ଦିନରେ ପୁରୀ ଜିଲ୍ଲାରେ ଆଞ୍ଚଳିକ ପାଣି କର୍ମଶାଳା ଅନୁଷ୍ଠିତ ହେବ ଓ ଲୋକ ମାନେ ସେମାନଙ୍କର ଦାବି ଉପସ୍ଥାପନ କରିବେ। ଜିଲ୍ଲା ର ପାଣି ସମସ୍ୟା କୁ ସଙ୍କଳନ କରି ଜିଲ୍ଲାସ୍ତରୀୟ ପାଣି କର୍ମଶାଳା ରେ ଚର୍ଚା କରାଯିବ ଓ ପ୍ରକୃତ ପକ୍ଷେ କି କି କାର୍ଯ୍ୟ କରାଯିବ ସେଥିପାଇଁ ପାଣି ବିଶେଷଜ୍ଞ ମାନଙ୍କ ପାଖରୁ ପରାମର୍ଶ ଲୋଡାଜିବ ବୋଲି ସଭ୍ୟ ନକୁଳ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ମହାରଣା , ରାଜକିଶୋର ସ୍ୱାଇଁ, ହୃଦାନନ୍ଦ ପ୍ରଧାନ, ଭାସ୍କର ପୂଜାରୀ, ଳଭଲି ଦଶଗୁପ୍ତ, ରବୀନ୍ଦ୍ର କୁମାର ବାରିକ, ପୂର୍ଣ୍ଣଚନ୍ଦ୍ର ଦାସ, ପବିତ୍ର କୁମାର୍ କାଣ୍ଡି ପ୍ରମୁଖ ଆଲୋଚନା ରେ ଭାଗ ନେଇ ଆଞ୍ଚଳିକ ସମସ୍ୟା ଗୁଡ଼ିକ ସମ୍ପର୍କରେ ଆଲୋକପାତ କରିଥିଲେ। ପରିଶେଷରେ ସଭ୍ୟ ପ୍ରଦୀପ କୁମାର ମହାରଣା ଧନ୍ୟବାଦ୍ ଅର୍ପଣ କରିଥିଲେ
Posted by: Desk, Indo Kaling Times