
ଭୁବନେଶ୍ୱର,ବର୍ଷା ଦିନେ ବିଭିନ୍ନ ଅଞ୍ଚଳରେ ଜଳ ନିଷ୍କାସନ ବା ବନ୍ୟା ଦାଉରୁ ଲୋକେ ରକ୍ଷା ପାଇବା ପାଇଁ ପ୍ରଶାସନ ର ମୁଣ୍ଡବିନ୍ଧା ହୋଇଥାଏ l ବିଶେଷ କରି ହଜାର ବର୍ଷ ରୁ ଉର୍ଦ୍ଧ କଟକ କୁ ବନ୍ୟା ମୁକ୍ତ ପାଇଁ ସଠିକ୍ ଯୋଜନାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ ମାନେ ଥିଙ୍କର୍ଶ କ୍ଳବ୍ ର ୭୬ ତମ ଆଭlଶି
ଆଲୋଚନାରେ ମତ ପ୍ରକାଶ କରିଛନ୍ତି l ପୂର୍ବତନ ପୂର୍ତ୍ତ ବିଭାଗ ସଚିବ ଡ୍ ନନ୍ଦ ନନ୍ଦନ ଦାସ ବକ୍ତା ଭାବେ ଯୋଗ ଦେଇ ନିଜ ଅଭିଜ୍ଞତା ରୁ କହିଥିଲେ ଯେ କେତେକ ବୈଷୟିକ ଦିଗ ପ୍ରତି ଦୃଷ୍ଟିଦେଲେ ସହର ବନ୍ୟା ମୁକ୍ତ ହୋଇ ପାରିବ ଏଥି ନିମନ୍ତେ ସରକାର ଙ୍କ ସହଯୋଗ ଆବଶ୍ୟକ l ପୃଥିବୀରେ କିଛି ଅସମ୍ଭବ ନୁହେ। କଟକକୁ ଏକ ପରୀକ୍ଷା ମୂଳକ ସହର ଭାବେ ବିଚାର କଲେ କଟକରେ କେଉଁ ଅସୁବିଧା ଗୁଡିକ ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ଉଚିତ୍ ସମାଧାନ କରିବା ଉପରେ ପଦକ୍ଷେପମାନ ଗ୍ରହଣ କରିବା ପାଇଁ ସୂଚାଇ ଥିଲେ। ସେହିପରି ଅନ୍ୟ ସହର ମାନଙ୍କରେ ମଧ୍ୟ ବନ୍ୟା ନିୟନ୍ତ୍ରଣ ହୋଇ ପାରିବ ବୋଲି ଦର୍ଶାଇ ଥିଲେ।ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ କଟକ ସି ଏମ ସି କମିଶନର ଶ୍ରୀ ନିଖିଲ ପବନ କଲ୍ୟାଣ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଥିଲେ l ଥିଙ୍କର୍ସ କ୍ଳବ୍ ର ସଭାପତି ତଥା ଭୁବନେଶ୍ୱର ମହାନଗର ନିଗମ ର ପୂର୍ବତନ ଓ ଏସ ଡି ବରଦା ଦାସ କାର୍ଯକ୍ରମ କୁ ସଂଯୋଜନା କରି କହିଲେ ସଂପ୍ରତି ଶ୍ରାବଣ ମାସରେ ଏ ସମସ୍ୟା ସର୍ବତ୍ର ଉପୂଜିଥାଏ l ଶ୍ରୀ ଦାସ ଙ୍କ ପରାମର୍ଶ ଅନୁଯାୟୀ ବହୁ ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମ ତଥା କର୍ମସ୍ଥଳୀ ଯୁଗ୍ମ ସହର କଟକ ଭୁବନେଶ୍ବର ରେ ବର୍ଷା ଜଳ ନିଷ୍କାସନ ପ୍ରକ୍ରିୟା ସଠିକ୍ ଯୋଜନା ଓ ସରକାର ଙ୍କ ଉଦ୍ୟମ ରେ ସମ୍ଭବ ହୋଇ ପାରିବ l ସେହିପରି ଅନ୍ୟାନ୍ୟ ପୌର ଅଞ୍ଚଳରେ ଏ କାର୍ଯ୍ୟକୁ ସଠିକ୍ ଯୋଜନାରେ ଅନ୍ତର୍ଭୁକ୍ତ କରି ଜଳ ନିଷ୍କାସନ ପ୍ରକ୍ରିୟା କୁ ଆଗେଇ ନେବାକୁ ହେବ ବୋଲି କହିଥିଲେ l ପୂର୍ବତନ ମୁଖ୍ୟଯନ୍ତ୍ରୀ ସୁଧାକର ପତ୍ରୀ, ପ୍ରଫେସର ଉମାଶଙ୍କର ମିଶ୍ର,ଡ୍ ଦିପାୟନ ପଟ୍ଟନାୟକ,ନିମାଇ ପଟ୍ଟନାୟକ, ବିଭୁ ଦତ୍ତ ମହାନ୍ତି, ସଜନ୍ ଶର୍ମା ,ନଗେନ୍ଦ୍ର ନାଥ ମିଶ୍ର ଆଦି ଯୋଗଦେଇ ବିଭିନ୍ନ ପରାମର୍ଶ ଦେଇଥିଲେ l ଶେଷରେ ପୂର୍ବତନ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶିରିଶ ସାହୁ ବାଙ୍ଗାଲୋର ରୁ ଆଲୋଚନା ସମୀକ୍ଷା କରି ଧନ୍ୟବାଦ୍ ଅର୍ପଣ କରିଥିଲେ l