କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ
ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାର ର ଷୋଡଶ ସ୍ଵନକ୍ଷେତ୍ର ସମାରୋହ ଉପଲକ୍ଷେ ଶ୍ରୀସଦାଶିବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ବିଦ୍ୟାଳୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଓ ମହିଳାମାନଙ୍କ ମ୍ୟୁଜିକ୍ ଚ୍ୟାୟାର ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଅଭ୍ୟର୍ଥନା କମିଟିର ଅଧକ୍ଷ୍ୟ ମନୋଜ ରଥ,ଉପାଧ୍ୟାକ୍ଷ ସିଦ୍ଧାର୍ଥ ରାଏ, ପରିଚାଳନା କମିଟି ର ସଦସ୍ୟ ଶରତ ରାୟଗୁରୁ ସମେତ ଶିକ୍ଷୟିତ୍ରୀ ରେଣୁକା ମିଶ୍ର, ମଧୁଛନ୍ଦା ମହାପାତ୍ର, ଅବନୀଶ ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କର ଲୁକାୟିତ ପ୍ରତିଭାର ବିକାଶ ପାଇଁ ଶିଶୁ ସମାଚାର ର ପ୍ରୟାଶକୁ ଭୂୟସୀ ପ୍ରଶଂସା କରିଥିଲେ Iଚିତ୍ରାଙ୍କନ ପ୍ରତିଯୋଗିତାରେ ପୁରୀ ଓ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟରୁ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ମ୍ୟୁଜିକ୍ ଚ୍ୟାୟାରରେ ବହୁ ମହିଳା ଅଂଶଗ୍ରହଣ କରିଥିଲେ I ଏହି ପ୍ରତିଯୋଗିତା ରେ ବିଚାରକ ଭାବେ ଦୁର୍ଗାମାଧବ କର, ସତ୍ୟନାରାୟଣ ପାଢ଼ି, ମିନାକ୍ଷୀ ଦାସ, ବିଶ୍ଵମୋହନ ରଥ, ସୁକାନ୍ତ ମେହେର ଯୋଗ ଦେଇଥିଲେ I ବ୍ରଜକିଶୋର ସାହୁ, ସତ୍ୟନାରାୟଣ ସାହୁ, ବନିତା ଦୀକ୍ଷିତ, ଓଁମ ମହାନ୍ତି, ବର୍ଷା ବନାନୀ ପଟ୍ଟନାୟକ, ଅଙ୍କିତା ସାହୁ, ମୋନାଲିସା ଓ ଅଭିଳାଷ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲାବେଳେ ପରିଚାଳନା କମିଟି ର ସଦସ୍ୟ ବିଜୟ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ I
Posted by: Desk, Indo Kaling Times
Related Stories
November 23, 2024