ଭୁବନେଶ୍ୱର, କଟକରେ ପାଇଖାନା ଟାଙ୍କିରେ ପଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । । ଫୁଲ ତୋଡୁଥିବା ସମୟରେ ହଠାତ୍ ପାଇଖାନା ଟାଙ୍କିରେ ମହିଳା ଜଣଙ୍କ ପଡି ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ଜୀବନ ଚାଲି ଯାଇଛି । କଟକ ମାଲଗୋଦାମ ଥାନା ଯୋବ୍ରା ରୋଡରେ ଘଟିଛି ଏହି ଘଟଣା। ମୃତ ମହିଳା ହେଲେ ୫୮ ବର୍ଷୀୟ ଜୟଶ୍ରୀ ରାଉତ। ଖବର ପାଇ ଦମକଳ ବାହିନୀ ଟିମ୍ ପହଞ୍ଚି ପାଇଖାନା ଟାଙ୍କିରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଆଜି ସକାଳେ ଏହି ଘଟଣା ଘଟିଛି ।
Posted by: Desk, Indo Kaling Times