

ଭଦ୍ରକ – ଭଦ୍ରକ ଜିଲ୍ଲାରେ ଚଳିତବର୍ଷ ଖରିଫ ଋତୁରେ ସରକାରୀ ଧାନକ୍ରୟ ସମ୍ବଦ୍ଧୀୟ ବିଶେଷ ସୂଚନା ଚାଷୀମାନଙ୍କୁ ସଚେତନତା ନିମନ୍ତେ ପ୍ରଚାର ରଥ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଭଦ୍ରକ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆୟୋଜିତ ପ୍ରଚାର ରଥକୁ ଭଣ୍ଡାରୀପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲା ପରିଷଦର ଅଧ୍ୟକ୍ଷ ଦ୍ୱିଜବର ରାଉତ ଓ ଜିଲ୍ଲାପାଳ ଜ୍ଞାନ ଦାସ ପତାକା ଦେଖାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ସଚେତନତା ପ୍ରଚାର ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ବାହାରି ସାତଟି ବ୍ଲକ୍ର ସମସ୍ତ ପ୍ରଞ୍ଚାୟତରେ ବୁଲିବୁଲି ଧାନକ୍ରୟ ସଂପର୍କରେ ଚାଷୀମାନଙ୍କୁ ଅବଗତ କରାଯିବ ।ପରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ପରିସରରେ ଧାନକ୍ରୟ ସମ୍ବଦ୍ଧରେ ଏକ ବୈଠକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତ୍ୱାରେ ଅନୁÂିତ ହୋଇଥିଲା । ଏହି ବୈଠକରେ ଚଳିତବର୍ଷର ଧାନକିଣା ସଂପର୍କରେ ଆଲୋଚନା ହୋଇଥିଲା । ଭଦ୍ରକ ଜିଲ୍ଲାରେ୨୦୧୯-୨୦ ଖରିଫ ଋତୁରେ ସରକାରଙ୍କ ପକ୍ଷରୁ ଡିସେମ୍ବର ୨୦ରୁ ଧାନକିଣା ଆରମ୍ଭ ହେବ ଏବଂ ମାର୍ଚ୍ଚମାସ ୩୧ତାରିଖରେ ଶେଷ ହେବ । ସେହିପରି ଗତବର୍ଷ ଜିଲ୍ଲାରେ ୧୦୮ଟି ସୋସାଇଟି ଜରିଆରେ ଧାନ ସଂଗ୍ରହ କରାଯାଇଥିବାବେଳେ ଚଳିତବର୍ଷ ୯୯ଟି ସୋସାଇଟି ଓ ୨୭ଟି ମହିଳା ସ୍ୱୟଂ ସହାୟକ ଗୋÂୀ ମାଧ୍ୟମରେ ଧାନକିଣାଯିବାର ଲକ୍ଷ୍ୟଧାର୍ଯ୍ୟ ରଖାଯାଇଛି । ଜିଲ୍ଲାରେ ଚଳିତବର୍ଷ ଧାନକ୍ରୟ ପାଇଁ ୫୧ହଜାର ଚାଷୀମାନେ ବିଭିନ୍ନ ସୋସାଇଟି ଜରିଆରେ ନାମ ପଂଞ୍ଜିକରଣ କରିଛନ୍ତି । ସରକାରଙ୍କ ପକ୍ଷରୁ ଚାଷୀମାନଙ୍କଠାରୁ ସାଧାରଣ ଧାନମୂଲ୍ୟ କ୍ୟୁଂଟାଇ ପ୍ରତି ୧୮୧୫ଟଙ୍କା ହାରରେ ଧାନକ୍ରୟ କରାଯିବ ଏବଂ ଚାଷୀମାନଙ୍କୁ ଧାନବିକ୍ରୀର ମୂଲ୍ୟ ସିଧାସଳଖ ବ୍ୟାଙ୍କ ଏକାଉଣ୍ଟ ଜରିଆରେ ଦିଆଯିବ । ସେହିପରି ଏହି ବର୍ଷ ଜିଲ୍ଲାରେ ୨୫ଟି ରାଇସ୍ ମିଲର ଧାନକିଣାରେ ଭାଗନେବାର ଥିବାବେଳେ ବତ୍ତମାନ ସୁଦ୍ଧା ୧୯ଟି ରାଇସ୍ ମିଲର ପକ୍ଷରୁ ଧାନକ୍ରୟ ନେଇ ଯୋଗାଣ ନିଗମ ସହିତ ଚୁକ୍ତିନାମା କରିଛନ୍ତି ବୋଲି ବୈଠକରେ ସୂଚନା ଦେଇଥିଲେ । ଉକ୍ତ ବୈଠକରେ ବିଧାୟକ ପ୍ରଫୁଲ ସାମଲ,ଜିଲ୍ଲା ପରିଷଦର ସଭାପତି ଦ୍ୱିଜବର ରାଉତ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଲାପାଳ ପିତାମ୍ବର ସାମଲ, ପିଡି ମଧୁସୂଦନ ଦାସ, ସାଂସଦଙ୍କ ପ୍ରତିନିଧି ମଳୟ ଜେନାଙ୍କ ସମେତ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ ।