ଭଦ୍ରକ – ଆଜି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁÂିତ ହୋଇଥିଲା । ଜିଲ୍ଲାପାଳ ଜ୍ଞାନ ଦାସଙ୍କ ସହିତ ଏସପି ରାଜେଶ ପଣ୍ଡିତ, ଅତିରିକ୍ତ ଜିଲ୍ଳାପାଳ ଶ୍ୟାମଭକ୍ତ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଜଗନ୍ନାଥ ପହି, ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ସହିତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଶିବିରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଣ, ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ସହାୟତା ପାଣ୍ଠିରୁ ସହାୟତା ପ୍ରଦାନ, ସରାକରୀ ଜମିରୁ ଜବର ଦଖଲ ଉଚ୍ଛେଦ, ଯୋଗ୍ୟ ହିତାଧିକାରୀ ରାସନ କାଡର଼୍ରୁ ବଂଚିତ ଭଳି ବିଭିନ୍ନ ଅଭିଯୋଗମାନ ହସ୍ତଗତ ହୋଇଥିଲା ।
Related Stories
December 24, 2024