କନ୍ଧମାଳ- ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସ ଅଦାଲତ ଆଜି ଜଣେ ନାବାଳିକା ବଳାକ୍ରାରୀକୁ ୧୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହ ୧୫ ହଜାର ଟଙ୍କା ଜରିମାନା, ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡ ଆଦେଶ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୨୦୧୭ ମସିହା ଏପ୍ରିଲ ୧୦ ତାରିଖରେ ବାଲିଗୁଡା ଥାନା ଅଂଚଳର ଜଣେ ନାବାଳିକା ତାଙ୍କ ଗ୍ରାମର ଜଣେ ସମ୍ପର୍କୀୟଙ୍କ ଘରେ ଟିଭି ଦେଖି ରାତି ୮ଟା ସମୟରେ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ବିଦୁ୍ୟତ୍ ସଂଯୋଗ ଚାଲି ଯାଇଥିଲା । ଅନ୍ଧାରର ସୁଯୋଗ ନେଇ ସେହି ଗ୍ରାମରେ ରହୁଥିବା ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କଳସା ଗ୍ରାମର ନିତ୍ୟାନନ୍ଦ ବେହେରା ନାବାଳିକାକୁ ରାସ୍ତାରୁ ଅପହରଣ କରି ନିକଟସ୍ଥ ଜଙ୍ଗଲକୁ ନେଇ ବଳାକ୍ରାର କରିଥିଲେ । ବଳାକ୍ରାର କରିବା ପରେ ନାବାଳିକା ଛାଡି ଅଭିଯୁକ୍ତ ଫେରାର ହୋଇ ଯାଇଥିଲେ । ପୀଡିତା ଘରକୁ ନଫେରିବାରୁ ତାଙ୍କ ପରିବାର ଲୋକେ ତାଙ୍କୁ ଖୋଜା ଖୋଜି କରିବା ପରେ ରାତିରେ ଗ୍ରାମ ନିକଟସ୍ଥ ଜଙ୍ଗଲ ନିକଟରେ ପାଇ ଘରକୁ ନେଇଥିଲେ । ଘରେ ପୀଡିତା ସବୁ କଥା କହିବା ପରେ ପରଦିନ ତାଙ୍କ ଦାଦା ବାଲିଗୁଡା ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ୪୯ା୧୭ରେ ମାମଲା ରୁଜୁ କରିବା ସହ ଫେରାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାର କରି ଆଜି ବିଚାରପତି ସମର ବିଳାସ ବେହେରା ଅଭିଯୁକ୍ତ ନିତ୍ୟାନନ୍ଦଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏହି ମାମଲାକୁ ସ୍ୱତନ୍ତ୍ର ସରକାରୀ ଓକିଲ ଅସୀମ କୁମାର ପ୍ରହରାଜ ପରିଚାଳନା କରିଥିଲେ ।
ଫଟୋ ଯାଇଛି ।