ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡଡୁମ୍ବୁଳା ରେ ଥିବା ମା ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ସୋମବାର ଦିନ ଜବାରଲାଲ ନେହୁରୁ, ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି lଏହି ମେଳରେ ବିଦ୍ୟାଳୟ ପ୍ରତ୍ୟକ ଛାତ୍ର ଛାତ୍ରୀ ନିଜେ ନିଜର ବୁଦ୍ଧି କୌଶଳ ପ୍ରୟୋଗ କରି ବହୁ ପ୍ରକାର ଆକର୍ଷଣୀୟ ପ୍ରୋଜେକଟ ଉପସ୍ଥାପନା କରାଇଥିଲେ l ଆୟୋଜିତ ମେଳରେ ବହୁ ଅଭିଭାବକ ମାନେ ଯୋଗଦେଇଥିଲେ ଏବଂ ପିଲାମାନଙ୍କୁ ଉକ୍ତ ତଥ୍ୟ ଉପରେ ପଚାରି ବୁଝିଥିଲେ ଓ କିଛି ପରିବେଶ ସଚେତନତା ଉପରେ ଶିକ୍ଷିଥିଲେ l ଉକ୍ତ ବିଦ୍ୟାଳୟ ର ପ୍ରଧାନ ଗୁରୁଜୀ ଏବଂ ଅନ୍ୟ ଗୁରୁଜୀ ଓ ଗୁରୁମା ମନେ ପିଲାଙ୍କ ମନୋନୀତ ଉପସ୍ଥାପନା କୁ ପାରକ୍ଷୀଥିଲେ ସେଥିରୁ ତିନି ଜଣଙ୍କୁ ଚୟନ କରିଥିଲେ, ପ୍ରଥମ ନିବେଦିତା ପାତ୍ର ସେ ସଡ଼କ ସୁରକ୍ଷା ଜୀବନ ରକ୍ଷ୍ୟା ଉପରେ ଉପସ୍ଥାପନା କରିଥିଲେ, ଦ୍ୱତୀୟ ସ୍ମୃତି ସମରର୍ପିତା ସେ ଭବିଷ୍ୟତ ଉନ୍ନତ ମାନର ପରିବହନ ଓ ଯୋଗାଯୋଗ ର ଏକ ନମୁନା ଉପରେ ଉପସ୍ଥାପନା କରିଥିଲେ, ତୃତୀୟ ସାଇ ଇନ୍ଦ୍ରାଣୀ ପଟ୍ଟନାୟକ ସେ ପ୍ରକୁତି ବଞ୍ଚାଓ ପୃଥିବୀ ବଞ୍ଚାଓ ଉପରେ ଉପସ୍ଥାପନା କରି ପୁରସ୍କୁତ ହୋଇଥିଲେ l
Related Stories
November 23, 2024