
ଜୟପାଟଣା – ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର ଇତି ମଧ୍ୟରେ ୨୦ବର୍ଷ ବିତି ଯାଇଥିଲେ ମଧ୍ୟ ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କ ପ୍ରତି ବିଭାଗୀୟ ଅଣଦେଖା ପ୍ରକଳ୍ପର ଦୀର୍ଘ ସ୍ଥାୟିତ୍ୱନେଇ ଅନେକ ପ୍ରଶ୍ନ ଉଙ୍କିମାରୁଛି । ବହୁମୀଖୀ ପ୍ରକଳ୍ପର ପରି·ଳନା ବ୍ୟବସ୍ଥାକୁ ସୁଧାର ନକଲେ ବିଜୁଳି ଉତ୍ପାଦନ ଓ କୃଷି କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ନେଇଥିବା ଇନ୍ଦ୍ରାବତୀ ପାଇଁ ଅଦୁର ଭବିଷ୍ୟତରେ ଅନେକ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେବାରେ ଲାଗିଛି । ସୂଚନାରୁ ପ୍ରକାଶ ଯେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ପରିଧିରେ ଅବସ୍ଥିତି ମୁଖ୍ୟ ବନ୍ଧ, ଡ଼ାଇ, ଇନ୍ଟେକ୍ ୱେଲ୍, ସରସାର୍ଟ, ପେନ୍ଷ୍ଟକ୍, ଭଲ୍ୱ ହାଉସ ଆଦି ଅଂଚଳରେ ପରିଚାଳନା ଗତ ଅବହେଳା ପ୍ରଦର୍ଶିତ ହୋଇ ଆସୁଥିବାବେଳେ ଏବେ ଇନ୍ଟେକ୍ ୱେଲରେ ମଧ୍ୟ ଜମାଟ ବନ୍ଦାପଙ୍କ ବିଦ୍ୟୁତ ଉତ୍ପାଦନ ଓ ଜଳ ସେଚନରେ ମଧ୍ୟ ଅସୁବିଧା ସୃଷ୍ଟି ହେବାରେ ଲାଗିଲାଣି । ଏହି ପ୍ରକଳ୍ପରୁ ବର୍ଷକୁ ପ୍ରାୟ ୨୦୦ କୋଟି ଟଙ୍କାର ରାଜର୍ସ ମିଳୁଥିବା ବେଳ ଭିତିଭୂମିର ବିକାଶ କ୍ଷେତ୍ରରେ ମାତ୍ରାଧିକ ଉଦାସୀନତା ସ୍ଥାନୀୟ ବିକାଶ ପ୍ରତି ପ୍ରାୟୋଜିତ ଅବହେଳାବୋଲି ପ୍ରଶ୍ନ ହେବାରେ ଲାଗୁଛି । ଏବେ ମୁଖିଗୁଡ଼ା ପାୱାର ହାଉସରୁ ବିଜୁଳି ଉତ୍ପାଦନ ପରେ ବାହାରୁଥିବା ପାଣି ପାୱାର ଚ୍ୟାନେଲ ଦେଇ ୯.୫ କି.ମି. ପ୍ରବାହିତ ହେବା ପରେ ମଙ୍ଗଳପୁର ସ୍ଥିତ ହାତୀ ବ୍ୟାରେଜରେ ସଂଯୁକ୍ତ ହୋଇ ଜଳସେଚନରେ ଲାଗିଥାଏ । ସ୍ଥିତାବସ୍ଥାରେ ବାମ ଓ ଦକ୍ଷିଣ କେନାଲ ଦ୍ୱାରା ୮୪ ହଜାର ହେକ୍ଟର ଜମି ଜଳ ସେଚିତ ହେଉଥିବାବେଳେ ଅଦୁର ଭବିଷ୍ୟତରେ ଲିଫ୍ଟ୍ କେନାଲ ମାଧ୍ୟମରେ ପୁଣି ୨୬ ହଜାର ହେକ୍ଟର ଉଚ୍ଚ ଜମି ଜଳସେଚିତ ହେବାର ଲକ୍ଷ ରଖାଯାଇଛି । ଏଭଳି ସ୍ଥିତିରେ ପାୱାର ଚ୍ୟାନେଲର ଦୂରାବସ୍ଥା ପରିସ୍ଥିତିକୁ ଜଟିଳ କରି ସାରିଲାଣି । ହାତୀ ବ୍ୟାରେଜର ମୁହାଣର ଉଭୟ ପାଶ୍ୱର୍ ପ୍ରାୟ ତିନି ଶହ ମିଟର ମାଟି ଧସି ଯାଇ ପାୱାର ଚ୍ୟାନେଲ ପାଇଁ ବିପଦ ସୃଷ୍ଟି କରି ସାରିଲାଣି । ଏପରିକି ବିଭିନ୍ନ ସମୟରେ ପାୱାର ଚ୍ୟାନେଲର ହୁଡ଼ା ଦେଇ ପାଣି ଉଛୁଳୁ ଥିବାରୁ ପାଶ୍ୱବର୍ତୀ ଚାଷଜମିଗୁଡ଼ିକ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ବିଭାଗୀୟ ତତ୍ପରତା ଦେଉନଥିବା ଚାଷୀଙ୍କ ପାଇଁ ମରଣ ଯନ୍ତା ପାଲଟୁଛି । ଏହି ସମ୍ବେଦନଶୀଳ ଇଲାକାମାନଙ୍କ ତତ୍ୱାବଧାନ ଇନ୍ଦ୍ରାବତୀର ଶକ୍ତି ବିଭାଗ ବୁଝୁଥିଲେ ମଧ୍ୟ ରକ୍ଷଣାବେକ୍ଷଣକୁ ନଜର ଦେଉଥିବାରୁ କଳାହାଣ୍ଡି ଜିଲ୍ଳାର ଭାଗ୍ୟରେଖା ଟାଣିଥିବା ଇନ୍ଦ୍ରାବତୀର ପରିଚାଳନା ଓ ସ୍ଥାୟିତ୍ୱ ପ୍ରତି ଯତ୍ନବାନ ହେବାକୁ ସାଧାରଣରେ ଦାବିହେଉଛି ।