ଜୟପାଟଣା – ଜୟପାଟଣା ବ୍ଳକ୍ ଅନ୍ତର୍ଗତ ଅରେବେଡ଼ା ଉଚ୍ଚ ବିଦ୍ୟାଳୟରେ କିରାଣୀ ଭାବରେ କାର୍ଯ୍ୟରଥ ବାଞ୍ଛାନିଧି ପଣ୍ଡା(୫୬)ଙ୍କ ହୃଦଘାତରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ନେବା ବାଟରେ ପରଲୋକ ହୋଇଯାଇଛି ।
ସ୍ୱର୍ଗତ ପଣ୍ଡା ନିଜ ଗ୍ରାମରେ ଅବସ୍ଥିତ ବିଦ୍ୟାଳୟକୁ ଯାଉଥିବାବେଳେ ଅସୁସ୍ଥ ଅନୁଭବ କରି କର୍ତୃପକ୍ଷଙ୍କୁ ଜଣାଇବା ପରେ ତାଙ୍କୁ ତୁରନ୍ତ ଚାରବାହାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲେ ବି ଡ଼ାକ୍ତରଖାନା ପହଂଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିଲା । ଜଣେ ନିଷ୍ଠାବାନ କର୍ମ·ରୀ ଭାବରେ ଓ ଜଣେ ସ୍ୱେଚ୍ଛାସେବୀ ଭାବରେ ନିଜର ପରିଚୟ ରଖିଥିବା ସ୍ୱର୍ଗତ ପଣ୍ଡା ସ୍କୁଲ ପରିସର ଛାଡ଼ିବାବେଳେ ସମସ୍ତଙ୍କୁ ହାତ ହଲାଇ ବାହାରି ଆଉ ସ୍ୱଶରୀରରେ ଗାଁ ମାଟିକୁ ଫେରିନଥିଲେ । ସ୍ୱର୍ଗତ ପଣ୍ଡାଙ୍କ ପୁଅ ଅଭିଶେଷ ଓ ଝିଅ ତନୁଶ୍ରୀ ଥିବାବେଳେ ପିତାଙ୍କ ମୃତ୍ୟୁ ସମଗ୍ର ଅଂଚଳ ପାଇଁ ଶୋକର ଛାୟା ଆଣି ଦେଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମଚାରୀ, ଶିକ୍ଷକ ସଂଘ, ଶୋକାଭିଭୁତ ପରିବାରକୁ ସହାନୁଭୂତି ଜଣାଇଛନ୍ତି । ଶବ ଗାଁରେ ପହଂଚିବା ପରେ ଅନ୍ତ୍ୟେଷ୍ଟିକ୍ରିୟା ସମ୍ପନ୍ନ ହେବ ।