ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଗ୍ରୀଷ୍ମ ନାଟକ ମହୋତ୍ସବ ଆରମ୍ଭ ହୋଇଛି । ରାଷ୍ଟ୍ରୀୟ ନାଟକ ବିଦ୍ୟାଳୟ ଏବଂ ରଙ୍ଗଶାଳା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମଙ୍ଗଳବାର ରାଜସ୍ଥାନୀ ନାଟକ ‘ମାଇ ରେ ମେ କାସେ କହୁ’ ପରିବେଷଣ କରାଯାଉଛି । ସମାଜରେ ନାରୀ ସ୍ବାଧୀନତାକୁ ନେଇ ନାଟକ ରଚନା କରାଯାଇଛି । ଦିଲ୍ଲୀର ଅଜୟ କୁମାର ନାଟକ ନିର୍ଦେଶନା ଦେଇଥିଲେ । ଟ୍ୟକାର ବିଜୟଦାନ ଜେଠା ଜଣେ ପ୍ରସିଦ୍ଧ ଲେଖକ । ନାଟ୍ୟକଳା କ୍ଷେତ୍ରରେ ଉଲ୍ଲେଖନୀୟ ବଦାନ ପାଇଁ କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ଶିଳ୍ପା ଭାରତୀ, ମଧୁରିମା ତରଫଦାର, ସତ୍ୟେନ୍ଦ୍ର ମଲ୍ଲିକ, ଅଙ୍କୁର ସିଂହ, ମଜିବୁର ରେହମନ, ସୌରଭ ଗୁରୁ ଦାସ, ଡ. ଅନାମିକା ସାଗର, ପୂଜା ଗୁପ୍ତା, ରିତା ଦେବୀ, ଶିବାନୀ ଭାରତିଆ, ସୁଗନ୍ଧ ପାଣ୍ଡେ, ଧବୀ
ଶର୍ମା, ବିକାଶ କୁମାର ଗୁପ୍ତା, ବିକ୍ରମ ଲେପଚା, ବିପିନ ହେନି ଦାସ, ଅନନ୍ତ ଶର୍ମା, ସୁମନ କୁମାର ମୁଖ ସେଥୁରେ ଅଭିନୟ କରିଥିଲେ। ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ମନୋଜ କୁମାର ଶୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଉଦ୍ଘାଟନୀ ସଭାରେ ଅତିଥି ଭାବେ ଯୋଗ ଦେଇଥିଲେ। ଜାତୀୟ ନାଟ୍ୟ ଦ୍ୟାଳୟ କୁଳସଚିବ ପ୍ରଦୀପ କୁମାର ମହାନ୍ତି ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ମଧୁମିତା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବୁଧବାର ନାଟକ ‘ଅନ୍ଧା ଯୁଗ’ ପରିବେଷଣ କରାଯିବ ବୋଲି ରଙ୍ଗଶାଳା ନିର୍ଦେଶକ ବିକ୍ରମ କୁମାର ସାହୁ ସୂଚନା ଦେଇଛନ୍ତି । ୧୬ ତାରିଖ ପର୍ଯ୍ୟନ୍ତ ନାଟକ ମହୋତ୍ସବ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ। ଶେଷରେ ରଙ୍ଗସାଳା ର ନିର୍ଦ୍ଦେଶକ ବିକ୍ରମ କୁମାର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ |