କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,ପୁରୀ,
ସୋମବାର ଦିବା:4:00 ଘଟିକା ସମୟ ରେ, ଉପ-ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଉପ-ଜିଲ୍ଲାପାଳ ଙ୍କ ପୌରହିତ୍ୟ ରେ ପୁରୀ ପୌରାଞ୍ଚଳ ର ପାଇକାରି ଖୁଚୁରା ବେପାରୀ, ଏଲପିଜି ଗ୍ୟାସ ବିତରକ ପେଟ୍ରୋଲ ଓ ଡିଜେଲ ବିତରକ ମାନଙ୍କ ସହ ଆସନ୍ତା ରଥ ଯାତ୍ରା 2023 ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ଉକ୍ତ ବୈଠକ ରେ ପୁରୀ ପୌରାଞ୍ଚଳ ର ସିଟି ଡିଏସପି କେ କେ ହରିପ୍ରସାଦ, ଅତିରିକ୍ତ ଯୋଗାଣ ଅଧିକାରୀ, ପୁରୀ ସଦର, ସରକାରୀ ଯୋଗାଣ ଅଧିକାରୀ ପୁରୀ ପୌରାଞ୍ଚଳ, ବଜାର୍ ନିୟନ୍ତ୍ରଣ ଅଧିକାରୀ, ପୁରୀ ଓ ପୁରୀ ଜିଲ୍ଲା ର ସମସ୍ତ ଯୋଗାଣ ନିରୀକ୍ଷକ ଉପସ୍ଥିତ ଥିଲେ।
ଉକ୍ତ ବୈଠକ ରେ ଚଳିତ ରଥଯାତ୍ରା ରେ କିପରି ଭାବେ ଖାଦ୍ୟ ସମାଗ୍ରୀ ର ଉଚିତ୍ ପରିଚାଳନା ଓ ଏଲପିଜି ଘରୋଇ ଗ୍ୟାସ ର ସୂଚାରୁ ରୂପେ ବଣ୍ଟନ ଓ ପେଟ୍ରୋଲ ଓ ଡିଜେଲ ର ପ୍ରଚୁର ଭାବେ ପୁରୀ ପୌରାଞ୍ଚଳ ରେ ଉପଲବ୍ଧ ହୋଇଥାଏ ସେହି ଉପରେ ଏକ ବିସ୍ତ୍ରୁତ ଆଲୋଚନା ହୋଇଥିଲା |