ଭଦ୍ରକ – ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ପୁରୁଣାହାଟ ସତ୍ସଙ୍ଗ ବିହାର ସମ୍ମୁଖରେ ଥିବା ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକର ଶବ ଉଦ୍ଧାର ଘଟଣା ଏବେ ଭିନ୍ନମୋଡ ନେଇଛି। ପ୍ରଥମେ ଅପହରଣ କରାଯାଇ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପୁଲିସ୍ ଏକ ମାମଲା ରୁଜୁ କରିବା ସହିତ ଶବ ସଂପର୍କରେ ପ୍ରଥମେ ସୂଚନା ଦେଇଥିବା ବ୍ୟକ୍ତିକୁ ତଦନ୍ତ ପରିସରଭୁକ୍ତ କରିଛି। ମୃତକ ହେଉଛନ୍ତି ଜାମଜୋଡି ପଂଚାୟତ ଅଧୀନ ଅମୃତପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ଖୁିଆଙ୍କ ପୁତ୍ର ରତ୍ନାକର। ଏହି ଘଟଣା ପରେ ପୁଲିସ୍ ସନ୍ଧାନୀ କୁକୁର ଓ ସାଇିଫିକ୍ ଟିମ୍ ପକ୍ଷରୁ ତଦନ୍ତ କରିସାରିଛି। ତେବେ ମୃତକର ମୋବାଇଲ୍, କଲ୍ ଡିଟେଲ୍ସ, ସାଙ୍ଗସାଥୀ ଓ ବ୍ୟବସାୟିକ ସଂପର୍କୀୟ ଲୋକଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିଛି। ମୃତକ ଯୁବକ ସ୍ଥାନୀୟ ଅଂଚଳରେ ବାଲି, ଚିପ୍ସ, ଇଟା, ସିମେ ଓ ରଡ୍ ସପ୍ଲାଏ କାର୍ଯ୍ୟ କରିଥାଏ। ଏହି ବ୍ୟବସାୟରେ କେତେକ ବ୍ୟକ୍ତିଙ୍କ ଠାରେ ବକେୟା ଟଙ୍କା ପଡିଥିବା ଏବଂ ମୃତକ ବାରମ୍ବାର ତାଗିଦ କରୁଥିଲେ ମଧ୍ଯ ସେମାନେ ଟଙ୍କା ଦେଉନଥିବା ନେଇ ଶତ୍ରୁତା ଲାଗି ରହୁଥିଲା। ଗତ ୭ ତାରିଖ ଦିନ ଅପରାହ୍ନରେ ରତ୍ନାକର ବାଇକ୍ େଯାଗେ ପ୍ରଥମେ ଘେଶ୍ବର ଆସିଥିଲା। ସେଠାରେ ତାହା ରଖôବା ପରେ ତାର ଖୋଜଖବର ମିଳିନଥିଲା। ପରିବାର ଲୋକେ ରାତି ୧୦ ଟା ପର୍ଯ୍ୟନ୍ତ ଖୋଜି ମୋବାଇଲ୍ ସୁଇଚ୍ ଅଫ୍ ଥିବାର ଜାଣି ଦୁଃଖରେ ଥିବାବେଳେ ୧୦ ତାରିଖ ସନ୍ଧ୍ୟାରେ ପୁଲିସ୍ ନିକଟରୁ ମୃତୁ୍ୟର ଖବର ଜାଣିବାକୁ ପାଇଥିଲେ। ତେବେ ପୁଲିସ୍ ତରବରିଆ ଭାବେ ପ୍ରଥମେ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିଲା। ହେଲେ ମୃତୁ୍ୟକୁ ୩ ଦିନ ବିତିଯାଇଥିଲେ ମଧ୍ଯ ଏଯାବତ ମୃତୁ୍ୟର କାରଣ ଜଣାଯାଉନଥିବାରୁ ପରିବାର ଲୋକଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ରତ୍ନାକରକୁ ଅପହରଣ କରାଯାଇ େଯାଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ବିଷୟ ତାଙ୍କ ପିତା ପୂର୍ଣ୍ଣଚନ୍ଦ୍ର ଥାନାଧିକାରୀଙ୍କୁ ଭେଟି ଅଭିେଯାଗ କରିବା ସହିତ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ଦାବି କରିଛନ୍ତି। ଏ ନେଇ ଥାନାରେ ୫୩୩/୧୯, ଦଫା ୩୬୩ ଓ ୩୦୨ ମୂଳେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଥିଲେ ହେଁ ପରବର୍ୀ ସମୟରେ ତାହା ହତ୍ୟା ମାମଲାକୁ ପରିବର୍ିତ ହୋଇଛି। ଏବଂ ୩୬୩ ଓ ୩୦୨ ଦଫା ଲାଗିଛି। ସମସ୍ତ ତଦନ୍ତ ରିପୋର୍ଟ ଓ ଶବ ବ୍ୟବଚ୍ଛେଦକୁ ଆଧାର କରି ଖୁବ୍ଶୀଘ୍ର ଉଚିତ୍ ପଦକ୍ଷେପ ନିଆଯିବ ବୋଲି ଭାରପ୍ରାପ୍ତ ଥାନାଧିକାରୀ ରମେଶ ଚନ୍ଦ୍ର ସିଂହ ଗଣମାଧ୍ଯମକୁ ସୂଚନା ଦେଇଛନ୍ତି।
Related Stories
December 25, 2024
December 25, 2024