ଭଦ୍ରକ – ବନ୍ତ ବ୍ଲକ ଗୋବିନ୍ଦପୁରସ୍ଥିତ ପୁରୁଷୋତମ ସେଠୀ ନୋଡାଲ ହାଇସ୍କୁଲର ନାମ ପରିବର୍ତନକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗତ ତା-୬-୧୨-୨୦୧୯ ରିଖରେ ସ୍ଥଗିତାଦେଶ ଦେଇଛନ୍ତି ା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ଆସନ୍ତା ତା-୭-୧-୨୦୨୦ ରିଖ ପର୍ଯ୍ୟନ୍ତ ଏହି ସ୍ଥଗିତାଦେଶ ରହିଛିି ା ପ୍ରକାଶ େଯ, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଦ୍ର୍ଧେଶନାମା ଅନୁଯାୟୀ ଗତ ତା-୨୭-୧୧-୨୦୧୭ ରିଖରେ ଗଣେଶ ପ୍ରସାଦ ୟୁପିିଏମଇ ସ୍କୁଲ ପୁରୁଷୋତମ ସେଠୀ ହାଇସ୍କୁଲ ସହିତ ମିଶ୍ରଣ ହୋଇ ପୁରୁଷୋତମ ସେଠୀ ନୋଡାଲ ହାଇସ୍କୁଲ, ଗୋବିନ୍ଦପୁର ନାମରେ ନାମିତ ହୋଇଥିଲା ା ଉକ୍ତ ବିଦ୍ୟାଳୟ ନାମରେ ଛାତ୍ରଛାତ୍ରୀ ମାନେ ୨୦୧୭-୧୮ ଓ ୨୦୧୮-୧୯ ଦୁଇ ବର୍ଷ ଧରି ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି ା ଏପରିପେକ୍ଷୀରେ ଗଣେଶ ପ୍ରସାଦ ୟୁପିଏମଇ ସ୍କୁଲ ପରିଚାଳନା କମିଟିର ସଭାପତି ବିଦ୍ୟାଳୟ ନାମ ପରିର୍ବତନ ନେଇ ଡବ୍ଲୁ୍ୟପି(ସି)୩୬୬୬/୨୦୧୯ ମୂଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ ା ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶନାମା ବଳରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିଠି ନଂ-୨୩୨୮୮/ତା-୨-୧୧-୧୯ରିଖ ଅନୁଯାୟୀ ଉକ୍ତ ବିଦ୍ୟାଳୟର ନାମ ପୁରୁଷୋତମ ସେଠୀ ନୋଡାଲ ହାଇସ୍କୁଲ ଗୋବିନ୍ଦପୁର ପରିବର୍ତେ ଗଣେଶ ପ୍ରସାଦ ପୁରୁଷୋତମ ସେଠୀ ନୋଡାଲ ହାଇସ୍କୁଲ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ା ହେଲେ ଏହାକୁ ବିରୋଧ କରି ଗୋବିନ୍ଦପୁର ଗ୍ରାମର ଦୁଇ ଜଣ ଅଭିଭାବକ ଡବ୍ଲୁ୍ୟପି(ସି) ନଂ-୨୩୬୨୩/୨୦୧୯ ମୂଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ ା ମାନ୍ୟବର ଉଚ୍ଚ ନ୍ୟାୟାଳୟ ଉକ୍ତ ଅଭିେଯାଗକୁ ବିଚାର କରି ବିଦ୍ୟାଳୟ ନାମ ପରିବର୍ତନ କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ଆସନ୍ତା ତା-୭-୧-୨୦୨୦ ରିଖ ପର୍ଯ୍ୟନ୍ତ ସ୍ଥଗିତାଦେଶ ଦେଇଥିବାର ଆଦେଶରୁ ଜଣାଯାଇଛି ା
Related Stories
November 23, 2024