
ଭଦ୍ରକ – ‘ମୋ ସରକାର’କୁ ନେଇ ଡିଣ୍ଡିମ ପିଟାଯାଉଥିବା ବେଳେ ଅଗ୍ନିକାଣ୍ଡର ୨୦ଦିନ ପରେ ବି ବିପନ୍ନଙ୍କୁ ମିଳିନି ସହାୟତା। ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ମଧ୍ୟ କିଛି ଲାଭ ହେଉନାହó। ରାଜସ୍ବ ବିଭାଗରେ କାର୍ଯ୍ୟରତ କିଛି କର୍ମଚାରୀଙ୍କ ମନମୁଖୀ ନୀତି େଯାଗୁ ପୁରା ପ୍ରଶାସନ କେମିତି ବଦନାମ ହେଉଛି ତା’ର ଉଦାହରଣ ମିଳିଛି ସହରର ବରାଳପୋଖରୀ ଗ୍ରାମରେ। ଗତ ନଭେମ୍ବର ୨୨ ତାରିଖରେ ବରାଳପୋଖରୀ ରହଣିଆ ଗ୍ରାମର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ସ୍ବର୍ଗତ ସୁଧାନିଧି ପ୍ରଧାନଙ୍କ ପରିବାରରେ ଅଚାନକ ଅଗ୍ନିକାଣ୍ଡ ଘଟିଥିଲା। ସୁଧାନିଧିଙ୍କ ପୁଅ ବିଜୟ ପ୍ରଧାନ ମଧ୍ୟ ଉକ୍ତ ଓ୍ବାର୍ଡର ପୂର୍ବତନ କାଉନସିଲର। ସୁଧାନିଧିଙ୍କ ମୂଳ ପରିବାର ଏବେ ୬ଅଣୁ ପରିବାରରେ ବିଭକ୍ତ। ଅଗ୍ନିକାଣ୍ଡରେ ସମସ୍ତ ପରିବାର ସର୍ବସ୍ବାନ୍ତ ହୋଇଥିଲେ। ଦୁଇଟି ଦମକଳ ଗାଡି ନିଆଁ ଲିଭାଇଥିଲା। ଇତିମଧ୍ୟରେ ୨୦ ଦିନ ବିତିଛି। କିନ୍ତୁ ପ୍ରଶାସନ ଏହି ପରିବାରଗୁଡିକୁ ସହାୟତା ଦେବାରେ ବିଫଳ ହୋଇଛି। ଅଗ୍ନିକାଣ୍ଡ ପରେ କେବଳ ପଲିଥିନ ଖଣ୍ଡେ ଲେଖାଏ ମିଳିଛି। ବାସ ତା’ପରଠାରୁ କେବଳ ଇନକ୍ବାରୀ ଓ ରିପୋର୍ଟ ମଗା ଚାଲିଛି। ଜିଲାପାଳଙ୍କ ଦପ୍ତରରୁ ତହସିଲଦାରଙ୍କୁ ରିପୋର୍ଟ ମଗାଯାଉଛି ତ ତହସିଲଦାର ଆରଆଇଙ୍କୁ ମାଗୁଛନ୍ତି। କ୍ଷେତ୍ରୀୟ ତଦନ୍ତ କରିବା ପରେ ବି ସହାୟତା ମିଳି ପାରିନାହó। ତେବେ ଏହି ୨୦ଦିନ ହେଲା ବିପନ୍ନ ପରିବାର କେମିତି ରହୁଛନ୍ତି ତାହା ପ୍ରଶାସନର ବୋଧଗମ୍ୟ ହୋଇନାହó। ପରିବାରର କେତେକ ପୁରୁଷ ସଦସ୍ୟ ସେମାନଙ୍କ ସµର୍କୀୟଙ୍କ ଘରେ ଆଶ୍ରୟ ନେଉଚନ୍ତି। ସୁଧାନିଧିଙ୍କ ପତ୍ନୀ ବୟସ୍କା ସୁମତୀ ଓ ତାଙ୍କ ୩ ଅବିବାହିତା ଝିଅ ଏବେ ପଡୋଶୀଙ୍କ ଘରେ ରହୁଥିବା ଜଣାଯାଇଛି । ଲୁଗାପଟା ଜଳିଯାଇଛି। ପିଲାଙ୍କ ସ୍କୁଲ ଡ୍ରେସ ବି ଯାଇଛି। ପଡୋଶୀ ଓ ସµର୍କୀୟଙ୍କ ସହେଯାଗରେ କେବଳ ଜୀବନ ବିତାଉଥିବା ପରିବାରକୁ ସରକାରୀ ସହାୟତା ନମିଳିବା ଅତି ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପୂର୍ବତନ କାଉନସିଲର କାମେଶ ପରିଡା। ଏଠି ପ୍ରଶାସନ କେତେ ସ୍ଥାଣୁ, ୫-ଟି କେମିତି କାମ କରୁଛି ତାହା ବୁଝାପଡୁଛି ବୋଲି କହିଛନ୍ତି ଶ୍ରୀ ପରିଡା। ଅଗ୍ନିକାଣ୍ଡ ବେଳେ ନିଆଁ ଲିଭାଇବାକୁ ଆସିଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୁମତୀଙ୍କ ସହ ତାଙ୍କ ବିଭାଜିତ ପରିବାରର ୬ଟି ଗୃହଦାହ ପ୍ରମାଣପତ୍ର ଦିଆଯାଇଥିବା ବେଳେ ତଦନ୍ତରେ ଆସିଥିବା ରାଜସ୍ବ ବିଭାଗର ଜଣେ କର୍ମଚାରୀ ଉଦ୍ଧେଶ୍ୟମୂଳକ ଭାବେ ଗୋଟିଏ ପରିବାର ଦର୍ଶାଇ ଆଂଶିକ କ୍ଷତି ଘଟିଥିବା ରିପୋର୍ଟ ପ୍ରସ୍ତୁତ କରିଥିବା ଶ୍ରୀ ପରିଡା ଅଭିେଯାଗ କରିଛନ୍ତି। ଅପରପକ୍ଷେ ୨୦ଦିନ ପରେ ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ନିମଳିବା, ପ୍ରଶାସନ ଚୁପ ବସିବା ଘଟଣା ପର ଘରେ ମୁଣ୍ଡ ଗୁଂଜୁଥିବା ବିପନ୍ନଙ୍କ ଲାଗି େଯ ନିହାତି ଯନ୍ରଣାଦାୟକ ଏହା ବୁଝିବା ବାକି ରହିନାହó।