ଭଦ୍ରକ – ଚରµା ବରିଷ୍ଠ ନାଗରିକ ସଂଘର ସାଧାରଣ ବୈଠକ ଚରµା ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ସଂଘର ସଭାପତି ଗଗନ ବିହାରୀ ରାଉତଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ସµାଦକ କୈଳାସ ଚନ୍ଦ୍ର ମହାପାତ୍ର ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ। କୋଷାଧ୍ଯକ୍ଷ ସୁଦର୍ଶନ ବିଶ୍ବାଳ ବିଗତ ଦିନର ଆୟବ୍ୟୟ ହିସାବ ଉପସ୍ଥାପନ କରିଥିଲେ। ସର୍ବ ପ୍ରଥମେ ଗତମାସ ସଂଘ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ମାଗଣା ଚକ୍ଷୁ ଶିବିରର ସଫଳତା ନେଇ ବୈଠକରେ ସମସ୍ତ ସଦସ୍ୟ ଆନନ୍ଦ ପ୍ରକଟ କରିଥିଲେ। ଶିବିରକୁ ସହେଯାଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷ ଏବଂ ସଂଗଠନକୁ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।ନିକଟରେ କଟକର ବେଲେଶ୍ବର ଠାରେ ବରିଷ୍ଠ ନାଗରିକଙ୍କୁ ହତ୍ୟା କରାଯାଇଥିବା ଘଟଣାକୁ ବୈଠକରେ ନିନ୍ଦା କରାଯିବା ସହ ଆଗାମୀ ଦିନରେ ବରିଷ୍ଠ ନାଗରିକମାନେ କିପରି ସୁରକ୍ଷା ପାଇ ପାରିବେ ସେ ଦିଗରେ ସରକାରଙ୍କୁ ନିବେଦନ କରିବା ପାଇଁ ଏକ ପ୍ରସ୍ତାବ ବୈଠକରେ ଆଲୋଚନା କରାଯାଇଥିଲା। ଭଦ୍ରକ ମେଡ଼ିକାଲରେ ବରିଷ୍ଠ ନାଗରିକ, ମହିଳାମାନଙ୍କ ପାଇଁ ସ୍ବତନ୍ର ଟିକେଟ କାଉର ଥିଲାବେଳେ ଏହାର ସେବା ବରିଷ୍ଠ ନାଗରିକ ଏବଂ ମହିଳା ପାଇ ପାରୁ ନଥିବା ନେଇ ଉଦ୍ବେଗ ପ୍ରକାଶ ପାଇଥିଲା। ଏପରିକି ମେଡ଼ିକକାଲରେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ବତନ୍ର ପୁରୁଷ ଓ ମହିଳା ଓ୍ବାର୍ଡ଼ କରାଯିବାକୁ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅନୁରୋଧ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସେହିପରି ଜିଲ୍ଳାରୁ ବହୁ ବଡ଼ବଡ଼ ରୋଗରେ ଆକ୍ରାନ୍ତ ହୋଇ ଭଦ୍ରକରୁ ବରିଷ୍ଠ ନାଗରିକ ମାନେ କଟକ ବଡ଼ ଡାକ୍ତରଖାନା ଏବଂ ଭୁବନେଶ୍ବରର ଏମ୍ସ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଥିବା ବେଳେ ସେମାନଙ୍କ ସ୍ବତନ୍ର ସୁବିଧା େଯାଗାଇବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ପାଇଁ ସଂଘ ଆନୁକୂଲ୍ୟରେ ଏକ କମିଟି ଗଠନ କରି ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଏକ ପ୍ରସ୍ତାବ ମଧ୍ଯ ଗୃହୀତ ହୋଇଥିଲା। ଆଗାମୀ ୨୯ ତାରିଖ ରବିବାର ସଂଘର ଏକ ବୈଠକ କରାଯାଇ ନୂଆବର୍ଷ ପାଳନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ଆଗାମୀ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ବୈଠକରେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା। ବୈଠକରେ ବିଭିନ୍ନ ଆଲୋଚନାରେ ସୁରେନ୍ଦ୍ର ଚନ୍ଦ୍ର ମଲିକ, ବିଜୟ କୁମାର ସେନାପତି, ଜଗବନ୍ଧୁ ମହାନ୍ତି, ବରଦାପ୍ରସନ୍ନ ପଣ୍ଡା, ସୁଦର୍ଶନ ସାହୁ, ଅମରନାଥ ସାହୁ, ଅଜୟ କୁମାର ପାଢୀ, ବିଶ୍ବାନଥ ବେହେରା, ପ୍ରାଣବନ୍ଧୁ ସାମନ୍ତ, କ୍ଷିତିଶ ଚନ୍ଦ୍ର ରାଉତ, ନାରାୟଣ ଚନ୍ଦ୍ର ନନ୍ଦ, ବିନାୟକ ନାୟକ, ଲକ୍ଷ୍ମୀଧର ଦାସ, କରୁଣାକର ନାୟକ ପ୍ରମୁଖ ଭାଗ ନେଇଥିବା ବେଳେ ସµାଦକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Related Stories
November 23, 2024