
ସାନଖେମୁଣ୍ଡି: ପୂର୍ବ ପ୍ରସ୍ତୁତି ସହିତ ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ସ୍ୱୀକୃତ କ୍ରମେ ଆଜି ରବିବାର ଦିନ ସାନଖେମୁଣ୍ଡି ବ୍ଲକ ଆଡ଼ପଡା ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତିର ପରିଚାଳନା ବୈଠକ ସ୍ୱାସ୍ତ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଅଛି। ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ତପନ କୁମାର ମଲ୍ଲିକଙ୍କ ତତ୍ୱାବଧନରେ ଅୟୋଜିତ ଏହି କମିଟି ବୈଠକରେ ପଞ୍ଚାୟତ ସମିତି ଅଧକ୍ଷା ସଂଗୀତା ବେହେରାଙ୍କ ସହିତ ପ୍ରଶାସନ ତରଫରୁ ସାନଖେମୁଣ୍ଡି ବିଡିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଶ୍ରୀ ଅମିତ କୁମାର ନାୟକ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଅଂଶଗ୍ରହଣ କରି ସ୍ୱାସ୍ତ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟ ସମ୍ୱନ୍ଧରେ ଆଲୋଚନା କରିଥିଲେ। ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ପୌରହିତରେ ଅନୁଷ୍ଠିତ ଏହି ବୈଠକରେ ମୂଖ୍ୟତଃ ସରକାରଙ୍କ ମୋ ଡାକ୍ତର ଖାନା ମୋ ଗର୍ବ ଜନିତ କାର୍ଯ୍ୟବଳୀର ସମୀକ୍ଷା କରାଯିବ ସହିତ ଉନ୍ନତ ରୋଗୀ ସେବା ପ୍ରଦାନ ପାଇଁ ଆବଶ୍ୟକୀୟ ଉନ୍ନତ ଭିତ୍ତିଭୂମିକୁ ନେଇ ତର୍ଜମା କରାଯାଇଥିଲା। ଏହି କ୍ରମରେ ସଂଶ୍ଲିଷ୍ଟ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଅନୁମୋଦିତ କ୍ରମେ ଡାକ୍ତରଖାନାର ବାରଣ୍ଡାର ୱାଲ ନିର୍ମାଣ, ରୋଗୀଙ୍କ ପ୍ରିୟଜନଙ୍କ ପାଇଁ ବିଶ୍ରାମଗର ନିର୍ମାଣ, ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ପରିସରର ଆନ୍ତଃ ଡ୍ରେନ ବ୍ୟବସ୍ଥାରେ ସୁଧାର, ପ୍ରବେଶ ଦ୍ୱାରରେ ବାହ୍ୟ ପଶୁ ଗମନରେ ବାଧା ପାଇଁ ସ୍ୱତନ୍ତ୍ର ଗେଟ ନିର୍ମାଣ ସହିତ ସ୍ୱାସ୍ତ୍ୟ କେନ୍ଦ୍ର ପାଇଁ ସ୍ୱତନ୍ତ୍ର ପାଣିଟାଙ୍କି ସ୍ଥାପନ କରାଯିବାକୁ ବିଭାଗୀୟ ସମ୍ମିତି ଆଶା କରିଥିଲେ। ଏତଦ ବ୍ୟତୀତ ଗରିବ ଜନସାଧାରଣ ଚିକିତ୍ସିତ ବ୍ୟବସ୍ଥାରେ ମୃତ୍ୟୁବରଣ କଲେ ଶବ ନେବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବାକୁ ଆଶା କରାଯାଇଥିଲା। ପରନ୍ତୁ ଏଥି ନିମିତ୍ତ ରୋଗୀ କଲ୍ୟାଣ ସମିତିର କୌଣସି ବ୍ୟବସ୍ଥା ନଥିବା ହେତୁ ବିଧାୟକଙ୍କ ସ୍ୱତନ୍ତ୍ର ଅନୁଦାନ ପାଇଁ ଅନୁରୋଧ କରାଯାଇ ସମ୍ମିତି ହାସଲ କରାଯାଇଥିଲା। କାର୍ଯ୍ୟକ୍ରମକୁ ସ୍ୱାସ୍ତ୍ୟକେନ୍ଦ୍ର ବ୍ଲକ କାର୍ଯ୍ୟକ୍ରମ ନିବନ୍ଧକ ଶ୍ରୀ ଦିଲୀପ କୁମାର ବେହେରା ସଂଯୋଜନ କରିଥିବା ବେଳେ ଡ଼ା. ସୂର୍ଯ୍ୟନାରାୟଣ ସାହୁ, ଡା. ବାହନ ଦାସଙ୍କ ସହିତ ଜନସ୍ୱାସ୍ଥ୍ୟ ଶିକ୍ଷା ସମ୍ପ୍ରସାରଣ ଅଧିକାରୀ ଜୟନ୍ତୀ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସ୍ବାଇଁଙ୍କ ସହ ବିଧାୟକଙ୍କ ବହୁ ବିଭାଗୀୟ ତର୍ଜମା ସହ ସ୍ୱାସ୍ତ୍ୟକେନ୍ଦ୍ରର ଆନୁସଙ୍ଗିକ ବିକାଶରେ ଜନସାଧାରଣଙ୍କ ଭାଗିଦାରୀଙ୍କ ଉଲ୍ଲେଖ କରି ସମଭାଵପ୍ନ ଭାବେ ଅଞ୍ଚଳରେ ବିକାଶରେ ସାମୁହିକ ସମ୍ପୃକ୍ତିକୁ ବିଧାୟକ ଗୁରୁତ୍ୱରୋପ କରିଥିଲେ। ଏକ ଆଦର୍ଶ ଡାକ୍ତରଖାନା ଭାବେ ଆଡ଼ପଡା ସ୍ୱାସ୍ତ୍ୟ କେନ୍ଦ୍ରକୁ ଗଢି ତୋଳିବାକୁ ସମସ୍ତଙ୍କ ସ୍ୱପ୍ନ ହେବା ଆବଶ୍ୟକ ଏବଂ ନିଜ ପକ୍ଷରୁ ସମସ୍ତ ସହଯୋଗ କରିବାକୁ ବିଧାୟକ ରୋଗୀ କଲ୍ୟାଣ ସମିତିର ବକ୍ତବ୍ୟ ରଖିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।