କେନ୍ଦୁଝର – କେନ୍ଦୁଝର ଜିଲ୍ଲାରେ ନବୀନ ସରକାରଙ୍କ ମୋ ସରକାରର ପ୍ରଭାବ କୁଆଡେ ଦେଖିବାକୁ ମିଳିଛି । ମୋ ସରକାର କାର୍ଯ୍ୟକ୍ରମ ର ପ୍ରଭାବରେ ମମତା ଯୋଜନାର ଜିଲ୍ଲାର ଜଣେ ହିତାଧିକାରୀ ଲିଲି ମହାକୁଡ ପ୍ରଥମ କିସ୍ତି ସହାୟତା ପାଇଥିବା ସଂପର୍କରେ ସରକାରୀ ଭାବେ ସୂଚନା ଦିଆଯାଇଛି । ସୂଚନାନୁଯାୟୀ କେନ୍ଦୁଝର ସଦର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ (ଆଇ.ସି.ଡି.ଏସ୍.) ଅନ୍ତର୍ଗତ ହାଣ୍ଡିଭଙ୍ଗା ସେକ୍ଟର ଫକୀରପୁର ଗ୍ରାମର ଲିଲି ମହାକୁଡ ମମତା ଯୋଜନାର ହିତାଧିକାରୀ ଅଟନ୍ତି । ମୋ ସରକାର କାର୍ଯ୍ୟକ୍ରମରେ ଯେତେବେଳେ ମହିଳ ନା ଓ ଶିଶୁ ବିକାଶ , ମିଶନଶକ୍ତି ବିଭାଗରୁ ଟେଲିଫୋନ ଯୋଗେ ଲିଲି ମହାକୁଡଙ୍କ ସହ ଯୋଗାଯୋଗ କରାଯାଇଥିଲା , ସେତେବେଳେ ଜଣାପଡିଥିଲା ଯେ ଲିଲି ମହାକୁଡ ମମତା ଯୋଜନାର ପ୍ରଥମ କିସ୍ତି ଟଙ୍କା ମଧ୍ୟ ପାଇ ନାହାଁନ୍ତି । ଏହି ଘଟଣା ଜଣା ପଡିବା ପରେ ଏବଂ ଜିଲ୍ଲାପାଳ ଆଶିଷ ଠାକରେ ଅବଗତ ହେବା ପରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଙ୍କୁ ତଦନ୍ତ ନିଦେ୍ର୍ଧଶ ଦେଇଥିଲେ । କିନ୍ତୁ ଲିଲି ମହାକୁଡଙ୍କ ପ୍ରାପ୍ୟ ଉଦିଷ୍ଟ ତିନି ହଜାର ଟଙ୍କା ଅନ୍ୟ ଏକ ଆକାଉଟଂକୁ ଚାଲିଯାଇଥିବା ତଦନ୍ତରୁ କୁଆଡେ ଜଣା ପଡିଥିଲା । ଫଳରେ ହାଣ୍ଡିଭଙ୍ଗାସ୍ଥିତ କାନାଡା ବ୍ୟାଙ୍କ କର୍ତୃପକ୍ଷଙ୍କୁ ଅବଗତ କରାଯିବା ସହ କେନ୍ଦୁଝର ସଦର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର କର୍ମକର୍ତାଙ୍କ ଦ୍ୱାରା ସେହି ଅନ୍ୟ ଆକାଉଟଂକୁ ଯାଇଥିବା ଟଙ୍କାକୁ ଫେରସ୍ତ ଅଣାଯାଇ ଲିଲି ମହାକୁଡ ଙ୍କ ଆକାଉଟଂରେ ଦିଆଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସରକାର ଓ ଜିଲ୍ଲାପାଳ ନିଦେ୍ର୍ଧଶ କ୍ରମେ ସଦର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କର୍ତୃପକ୍ଷଙ୍କ ପକ୍ଷରୁ ହାଣ୍ଡିଭଙ୍ଗା ଅନ୍ୟଞ୍ଝଳର ଅନ୍ୟ ୧୮ ଜଣ ମମତା ହିତାଧିକାରୀଙ୍କୁ ସେମାନେ ଟଙ୍କା ପାଇଛନ୍ତି କି ନାହିଁ ବୋଲି ଟେଲିଫୋନ ଯୋଗେ ଯୋଗାଯୋଗ କରାଯିବାରେ ସେମାନେ ସମସ୍ତେ ଟଙ୍କା ପାଇଥିବା କହିଥିବା କୁହାଯାଇଛି । ଅବଶ୍ୟ ଆଜି ପର୍ଯ୍ୟନ୍ତ ପ୍ରାପ୍ୟ ପାଇ ନଥିବା ଜିଲ୍ଲାର ଅନ୍ୟ ସମସ୍ତ ହିତାଧିକାରୀ ମାନଙ୍କ ସମସ୍ୟା ସେହି ଗୋଟିଏ କିମ୍ବା ଅନ୍ୟ କିଛି ଏବଂ ସେହି ସମସ୍ତଙ୍କୁ ଜିଲ୍ଲା କର୍ତୃପକ୍ଷ ଙ୍କ ପକ୍ଷରୁ ସେମାନଙ୍କ ପ୍ରାପ୍ୟ ପାଇଥିବା ସଂପର୍କରେ ପଚରାଯାଇଛି କି ନାହିଁ ତାହା ଅବଶ୍ୟ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।
Related Stories
November 5, 2024