
ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣ୍ୟତିଥିରେ ବିରସା ମୁଣ୍ଡାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ଧରତୀ ଆବା ଭଗବାନ ବିରସା ମୁଣ୍ଡାଙ ଜନଜାତୀୟ ସମାଜର ଶୋଷଣ ବିରୁଦ୍ଧରେ ଔପନିବେଶିକ ଶକ୍ତି ମାନଙ୍କୁ ଚ୍ୟାଲେଂଜ କରିଥିଲେ ଓ ସ୍ୱାଧୀନତା ସଂଗ୍ରାମକୁ ନୂଆ ଧାର ଦେଇଥିଲେ । ଜନଜାତୀୟ ସଂସ୍କୃତି ଓ ଆଦିବାସୀ ସମାଜର କଲ୍ୟାଣ ପାଇଁ ଜୀବନ ପର୍ଯ୍ୟନ୍ତ ସଂଘର୍ କରିଥିୂବା ଭଗବାନ ବିରସାଙ୍କ ଶୌର୍ଯ୍ୟ ଓ ବଳିଦାନ କୋଟି କୋଟି ଦେଶବାସୀଙ୍କ ଉର୍ଜା ଓ ପ୍ରେରଣାର ସ୍ରୋତ । ଏଭଳି ମହାନ ଜନନାୟକଙ୍କୁ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଂଜଳି ।