ହରିଚନ୍ଦନପୁର- କେନ୍ଦ୍ର ଓ ରାଜ୍ୟ ସରକାର ସ୍ବଚ୍ଛତାକୁ ନେଇ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯୋଜନା ଉପରେ ଯୋଜନା ପ୍ରଣୟନ କରୁଛନ୍ତି । ଏମିତିକି ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକୁ କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଭାରତ ମିଶନ କାୟାକଳ୍ପ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ସ୍ବଛତାର ବିକାଶ ହୋଇଛି । ସ୍ବାସ୍ଥ୍ୟ ସେବାର ସଫଳତା ସହ ଡାକ୍ତରଖାନା ଗୁଡ଼ିକର ପରିବେଶ ପରିସ୍କାର ପରିଚ୍ଛନତା ଓ ଚିକିତ୍ସା ବ୍ୟବସ୍ଥାର ଗୁଣାତ୍ମକ ପରିପ୍ରକାଶ ଉପରେ ପ୍ରତ୍ୟେକ୍ଷ ପ୍ରରୋକ୍ଷ ଭାବେ ନିର୍ଭରଶୀଳ । ଏହି ପରିପ୍ରେକ୍ଷୀରେ ସମସ୍ତ ଡାକ୍ତରଖାନାର ପରିବେଶ କାର୍ଯ୍ୟଶୈଳୀର ପୁଙ୍ଖାନୁପୁଙ୍ଖ ସମୀକ୍ଷା ପୂର୍ବକ ସ୍ବାସ୍ଥ୍ୟ ସେବାର ବାସ୍ତବ ମୂଲ୍ୟାୟନ କରାଯାଇ ପୁରସ୍କୃତ କରାଯିବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଆନୁକୁଲ୍ୟରେ କାୟାକଳ୍ପ ମୂଲ୍ୟାୟନକାରୀ ଦଳ ଗଠନ କରାଯାଇଥିଲା । ଏହି ଦଳ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ବିଭାଗ ପରିଦର୍ଶନ କରିବା ପରେ ମୂଲ୍ୟାୟନ କରିଥିଲେ । ହେଲେ ଦୁଃଖ ପରିତାପର ବିଷୟ ହିନ୍ଦୁ ଧର୍ମର ଠାକୁରଙ୍କୁ ସମ୍ମାନ ନଦେଇ ଘୃଣ୍ୟ ସ୍ଥାନ ବା ପାନ ଛେପ ପକାଉଥିବା ସ୍ଥାନରେ ସଚେତନତା ନାମରେ ବଳି ପକାଯାଉଥିବା ଦୃଶ୍ୟମାନ ହେଉଥିଲେ ହେଁ କେମିତି ମୂଲ୍ୟାୟନ ଦଳର ନଜର ପଡିଲା ନାହିଁ ତାହାକୁ ନେଇ ଜନସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଏଥିସହ ସ୍ବାସ୍ଥ୍ୟ କେନ୍ଦ୍ରର ଉପର ଚିକଣ ଥିବା ବେଳେ ଡାକ୍ତର ଅଭାବ ଯୋଗୁଁ ଏଠାରେ ଗର୍ଭବତୀ ମହିଳାଙ୍କ ପ୍ରସୂତି ସଂଖ୍ୟା ୫୦% କମିଛି । ଡାକ୍ତର ଅଭାବକୁ ନେଇ କେନ୍ଦ୍ର ଉପରେ ନିର୍ଭର କରି ଆସୁଥିବା ଦୂରଦୁରାନ୍ତରୁ ବା ଅପହଞ୍ଚ ଇଲାକାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନିରାମୟ ଯୋଜନାରେ ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦେବାକୁ ଥିବା ବେଳେ ଔଷଧ ନଥିବା କାରଣରୁ ତାହା ଏଠି ପ୍ରହସନ ପାଲଟିଛି । ଏଥିସହ ରୋଗୀମାନଙ୍କ ବେଡ଼ରେ ରନ୍ଧା ଖାଦ୍ୟ ପ୍ରଦାନର ବ୍ୟବସ୍ଥା ରହିଥିବା ବେଳେ ରୋଗୀମାନେ ରୋଷେଇ ଘର ସମ୍ମୁଖରୁ ଲାଇନ୍ ଲଗାଇ ଖାଦ୍ୟ ଆଣୁଛନ୍ତି । ନିୟମାବଳୀ ଅନୁଯାୟୀ ଠିକ୍ ସମୟରେ ଖାଦ୍ୟ ଦିଆଯାଇଥିଲେ ମଧ୍ୟ ନିମ୍ନମାନର ଖାଦ୍ୟ ଦିଆଯାଇନଥିବାର ଅଭିଯୋଗ ହୋଇଛି । କାୟାକଳ୍ପ ମୂଲ୍ୟାୟନ ଦଳ ପରିଦର୍ଶନ ବେଳେ ଆଲୋକ ଓ ବିଦ୍ୟୁତ ପାଇଁ ଭଡା ଡିଜି(ଜେନେରେଟର) ଲଗାଇଲା, କିନ୍ତୁ ବର୍ଷ ବର୍ଷ ହେବ ସ୍ବାସ୍ଥ୍ୟ କେନ୍ଦ୍ରର ଡିଜି(ଜେନେରେଟର)ରେ ତେଲ ପଡ଼ିନାହିଁ । ଦୈନିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀଙ୍କ ପାଇଁ ପରିସ୍ରାଗାର ରହିଥିବା ବେଳେ ତାହା ଚାବି ପଡି ରହୁଛି, ଯାହା ଫଳରେ ରୋଗୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ମାସରେ ୩ରୁ ୪ଦିନ ରାତି ଅଧରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁଥିବାରୁ ଜନ୍ମଗତ ପ୍ରମାଣ ପତ୍ର ଓ ମୃତ୍ୟୁ ପ୍ରମାଣ ପତ୍ର ନେବାରେ ବିଳମ୍ବ ହେଉଥିବା ସହ ପ୍ରମାଣ ପତ୍ର ନିମନ୍ତେ ୨୦୦ରୁ ୫୦୦ଟଙ୍କା ନେଉଥିବାକୁ ଗରିବ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏହିଭଳି ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଓ ଡାକ୍ତର ସ୍ବାସ୍ଥ୍ୟ କେନ୍ଦ୍ରରେ ନରହିବା କାରଣରୁ ହରିଚନ୍ଦନପୁର ଅଞ୍ଚଳବାସୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଯୋଗୁଁ ଗତ କିଛି ଦିନ ପୂର୍ବରୁ କାୟାକଳ୍ପ ଦଳ ଓ ପରିଦର୍ଶନରେ ଆସୁଥିବା ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି । ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ କାରଣରୁ ଭଗାମୁଣ୍ଡା, ପିଠାଗୋଳା, ଜଙ୍ଘିରା, ବକ୍ସିବାରିଗାଁ ସ୍ବାସ୍ଥ୍ୟ କେନ୍ଦ୍ରରୁ ଏଠାକୁ ଡାକ୍ତର ଅଣାଯାଉଛି, ଫଳରେ ସେଠାକାର ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାୟୀ ଚିକିତ୍ସା ଅଧିକାରୀ ଓ ଆବଶ୍ୟକ ଡାକ୍ତର ଯୋଗାଇ ଦେବାକୁ ଦାବି ହୋଇଛି ।
Related Stories
December 5, 2023
December 5, 2023
December 5, 2023