ଭଦ୍ରକ – ଧାମରା ରେ ଏକ ଫେରିଘାଟ ନିର୍ମାଣ ହେବ ଏହି ଫେରିଘାଟରେ ଆନ୍ର୍ତଜିଲ୍ଲା ଯାତ୍ରୀ ମାନଙ୍କ ଯାତାୟତର ସୁବିଧା ପାଇଁ ନୂତନ ଫେରି କ୍ରୟ କରାଯିବ ଏହାର ନିର୍ମାଣ ନେଇ ରାଜ୍ୟ ସରକାର ଆଇ ଆଇ ଟି ଚେନ୍ନାଇର ସାହାରା ନେଇ ୧କୋଟି ଟଙ୍କା ବ୍ୟୟ ବରାଦ କରି ଡିପିଆର ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଅବଗତ କରିବା ପରେ ମଧ୍ୟ ରାଜ୍ୟ ସରକାର ଏହି ପ୍ରକଳ୍ପକୁ କାଯ୍ର୍ୟକାରୀ ନେଇ ଅନିଶ୍ଚିତତା ଲାଗି ରହିଛି। ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟ ସରକାର ଚେନ୍ନାଇ ଆଇ ଆଇ ଟିର ସାହାଯ୍ୟ ନେଇ ଧାମରା ସ୍ଥିତ କାଳିନାଳୀ ଠାରେ ଏକ ଆନ୍ର୍ତଜିଲ୍ଲା ଫେରିଘାଟ ନିର୍ମାଣ କରିବା ପାଇଁ େଯାଜନା କରିଥିଲେ। ଚେନ୍ନାଇ ଆଇ ଆଇ ଟିର ବୈଷୟିକ ଜ୍ଞାନ କୌଶଳରେ ଏହି ଘାଟ ନିର୍ମାଣ କରାଯିବା ସହ ଏହି େଯାଜନାରେ ୧୧୪ କୋଟି ଟଙ୍କା ବ୍ୟୟ ବରାଦ କରାଯିବାର େଯାଜନା କରାଯାଇଥିଲା।ଏହି ଡିପିଆର ପ୍ରସ୍ଥୁତ ପାଇଁ ରାଜ୍ୟ ସରକାର ଚେନ୍ନାଇ ଆଇ ଆଇ ଟି ଟିମକୁ ୧କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ସମସ୍ତ କାଯ୍ର୍ୟକ୍ରମ ସରିବା ପରେ ଏହାକୁ ସାଗରମାଳା ପ୍ରକଳ୍ପରେ ଅନ୍ର୍ତଭୁକ୍ତ କରାଯାଉ ବୋଲି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସାଗରମାଳା ଉନ୍ନୟନ କµାନୀ ଲିମିଟେଡ(ଏସଡିସିଏଲ)କୁ ଅନୁରୋଧ କରିଥିଲା। ଏହି ପ୍ରକଳ୍ପକୁ ଏସଡିସିଏଲ ଅନୁମୋଦନ କରିବାକୁ ବାକି ରହିଥିବା ବେଳେ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ସବୁଦିନ ପାଇଁ ବନ୍ଦ କରିଦେବାକୁ ମସୁଧା ଚଳାଇଛନ୍ତି। ଏହାର ଏକମାତ୍ର କାରଣ ସାଜିଛି କେନ୍ଦ୍ରାପଡା ଜିଲ୍ଲାର ଜୟନଗର ଠାରେ ଏକ ସେତୁ ନିର୍ମାଣ କରାଯିବ ବୋଲି ରାଜ୍ୟ ସରକାର ଏକ େଯାଜନା ରଖିଛନ୍ତି। ଏହି ସେତୁ ନିର୍ମାଣ କରାଗଲେ ଅଂଚଳବାସୀ ଏହି ସେତୁ ଦେଇ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆକୁ ଯାତାୟତ କରିବାରେ କୌଣସି ଅସୁବିଧା ହେବ ନାହó ବୋଲି ରାଜ୍ୟ ସରକାର ଆଶା ବାନ୍ଧି ବସିଛନ୍ତି।ରାଜ୍ୟରେ କୌଣସି ମେଗା ପ୍ରୋଜେକ୍ଝ ନଥିବା ବେଳେ ଧାମରା ବନ୍ଦର ଏକମାତ୍ର ମେଗାପ୍ରୋଜେକ୍ଝ। ଧାମରା ବନ୍ଦରକୁ ଆଖି ଆଗରେ ରଖି ରାଜ୍ୟ ସରକାର ସମସ୍ତ ପଦକ୍ଷେପ ନେଉଥିବା ବେଳେ ବନ୍ଦର କର୍ତୁପକ୍ଷ ଧାମରାରେ କାଳିନାଳୀ ଠାରେ ନୂଆ ଫେରିଘାଟ ନିର୍ମାଣ କରିବା ସହ ନୂଆ ଫେରିକ୍ରୟ କରିବାକୁ ଥିବା େଯାଜନାକୁ କାଯ୍ର୍ୟକାରୀ କରାଯାଉ ବୋଲି ରାଜ୍ୟ ସରକାରଙ୍କ ନିକଟରେ ଦାବୀ ରଖିଛନ୍ତି ଏହା ଫଳରେ ଧାମରାରୁ କଟକ ,ଭୂବନେଶ୍ବର ଯାତାୟତରେ ସମୟ କମ ଲାଗିବା ସହ ଦୂରତା ମଧ୍ୟ କମିଯିବ ଏଥିସହ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକାକୁ ଏହି ଫେରିଘାଟ ଦେଇ ଯାତାୟତ ସହଜ ଏବଂ ସୁବିଧା ହୋଇ ପାରିବ।ଅନ୍ୟ ଏକ ଅସମର୍ଥିତ ସୂତ୍ରରୁ ଜଣାଯାଇଛି ଏହି ପ୍ରକଳ୍ପ କାଯ୍ର୍ୟକାରୀ କରିବାକୁ ହେଲେ ରାଜ୍ୟ ଉନ୍ନୟନ କମିଶନରଙ୍କୁ ଏହି ପ୍ରକଳ୍ପର ସମସ୍ତ ବିଷୟବସ୍ତୁ ବୁଝାଇପାରିଲେ ଏହି ପ୍ରକଳ୍ପ କାଯ୍ର୍ୟକ୍ଷମ କରାଯାଇ ପାରିବ ନଚେତ ଏହି ପ୍ରକଳ୍ପ ରାଜ୍ୟ ସରକାରଙ୍କ ଫାଇଲ ତଳେ ଚାପି ହୋଇଯିବା ଆଶା ଏବଂ ଆଶଙ୍କାକୁ ଏଡାଇ ଦିଆ ଯାଇ ନପାରେ।ଏଠାରେ ଉଲ୍ଲେଖେଯାଗ୍ୟ ଏହି ପ୍ରକଳ୍ପ ପାଇଁ ଖର୍ଚ ହେବାକୁ ଥିବା ରାଶିର ସିଂହଭାଗ କେନ୍ଦ୍ର ସରକାର ଦେବାକୁ ଥିବା ବେଳେ ଆଂଶିକ ମାତ୍ରାରେ ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡିବ। ଏହି ସମସ୍ତ କଥା ରାଜ୍ୟ ସରକାର ଜାଣିବା ପରେ ଭଦ୍ରକ ଜିଲ୍ଲାକୁ କଣ ପାଇ ଉପେକ୍ଷା କରାଯାାଉଛି ତାହା ସାଧାରଣରେ ଆଲୋଚ୍ୟର ବିଷୟ ପାଲଟିଛି।
Related Stories
December 25, 2024
December 25, 2024