
-
ପୁରୀ, ଭୁବନେଶ୍ୱର ଏବଂ କଟକରୁ କୋଲକାତାକୁ ଗଲାଣି ୫୯ଟି ବସ୍
ଭୁବନେଶ୍ୱର, ବାଲେଶ୍ବର ଜିଲ୍ଲାର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣା ପରେ କୋଲକାତାକୁ ରେଳଯାତ୍ରା ପ୍ରଭାବିତ ହେବା ପରେ ରାଜ୍ୟ ସରକାର ପୁରୀ, ଭୁବନେଶ୍ବର ଓ କଟକରୁ ଦୈନିକ ମାଗଣା ବସ୍ ସେବା ଆରମ୍ଭ କରିଛନ୍ତି। ରାତି ସାଢେ ୧୧ଟା ସୁଦ୍ଧା ପୁରୀରୁ ୨୦ଟି ବସ୍, ଭୁବନେଶ୍ୱରରୁ ୨୩ ଏବଂ କଟକରୁ ୧୬ ଟି ଏଭଳି ମୋଟ୍ ୫୯ଟି ବସ୍ ମାଗଣା ସେବା ଭାବରେ କୋଲକାତା ଅଭିମୁଖେ ଯାତ୍ରା କରିଛି।ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ଗତ କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣା ପୀଡିତ ମାନଙ୍କ ପାଇଁ ନିଶୁଳ୍କ ବସ ସେବା ଆରମ୍ଭ କରାଯିବ ବୋଲି ଘୋଷଣା କରିଥିଲେ ।
ଏହାକୁ କାର୍ଯ୍ୟକାରୀ କରାଯାଇଛି। ବାଲେଶ୍ୱର ରୁଟ୍ରେ ରେଳ ଚଳାଚଳ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ ବୋଲି ସ୍ପଷ୍ଟ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ ।