ସାନଖେମୁଣ୍ଡି: ସାନଖେମୁଣ୍ଡି ବ୍ଲକ ପଟିଗୁଡା ପଞ୍ଚାୟତର ସିନ୍ଦୁରପୁର ଗାଁ ମୁଣ୍ଡରେ ଥିବା ଏକ କୁକୁଡ଼ା ଫାର୍ମ ହଟାଇବା ଦାବି ନେଇ ଛାତ୍ରଛାତ୍ରୀଙ୍କ ସମତେ ଅଭିଭାବକ ଓ ଗ୍ରାମବାସୀ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ସିନ୍ଦୁରପୁର ଗ୍ରାମବାସୀ ସମତେ ଆଖପାଖ ଗ୍ରାମବାସୀ ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ସକାଳ ୫ଟାରୁ ଫାର୍ମର ସମସ୍ତ କର୍ମଚାରୀଙ୍କୁ ବାହାରକୁ ଆଣି ଫାଟକରେ ତାଲା ପକାଇବା ସହ ଧାରଣାରେ ବସିଥିଲେ। ଗାଁକୁ ଲାଗି ଭେଙ୍କେଟେଶ୍ୱର ହାଚେରୀ ପ୍ରାଇଭେଟ ଲିମିଟେଡ଼ର କୁକୁଡ଼ା ଫାର୍ମରୁ ଦୁର୍ଗନ୍ଧ, ପରିବେଶ ଦୂଷିତ ହେବା ସହ କୁକୁଡ଼ା ଫାର୍ମରେ ବସୁଥିବା ମାଛି ପାନୀୟଜଳ, ଖାଦ୍ୟ, ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ବାଧାସୃଷ୍ଟି, ଝାଡ଼ାବାନ୍ତି, ହଇଜା ଭଳି ବିଭିନ୍ନ ପ୍ରକାର ସଂକ୍ରାମକ ରୋଗ ହେଉଥିବା ଅଭିଯୋଗ ହୋଇଛି। ସଂକ୍ରାମକ ରୋଗରୁ ଲୋକଙ୍କୁ ମୁକ୍ତ କରିବା ପାଇଁ କୁକୁଡ଼ା ଫାର୍ମ ବନ୍ଦ କରିବାକୁ ଦାବି କରିଥିଲେ। ସୂଚନା ପାଇ ପାଟପୁର ଥାନା ଆଇଆଇସି ଅଜୟ କୁମାର ବାରିକ ପହଞ୍ଚି ବୁଝାଇଥିଲେ କିନ୍ତୁ ଗ୍ରାମବାସୀ କୌଣସି ପ୍ରତିଶୃତିରେ ହଟିବୁ ନାଇ ବୋଲି ମତ ପ୍ରକାଶ କରିଥିଲେ। ପରେ ଭିଏଚପିଏଲ ଓ କମ୍ପାନୀର ଶାଖା ଉତ୍ପାଦନ ଅଧିକାରୀଙ୍କ ସମତେ କୁକୁଡ଼ା ଫାର୍ମର ଉଚ୍ଚ କତ୍ତୃପକ୍ଷ ପହଞ୍ଚି ଧାରଣାକାରୀଙ୍କ ସହ ଆଲୋଚନା କରି ଦୁଇ ଦିନ ମଧ୍ୟରେ କୁକୁଡ଼ା ସ୍ଥାନାନ୍ତରଣ ଓ କୁକୁଡ଼ା ଉତ୍ପାଦନ ବନ୍ଦ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କତ୍ତୃପକ୍ଷ ଦେଇଥିବା ପ୍ରତିଶ୍ରୁତି ପରେ ଆନ୍ଦୋଳନ ବନ୍ଦ ହୋଇଥିଲା କିନ୍ତୁ ପ୍ରତିଶ୍ରୁତି ପୁରଣ ନହେଲେ ପୁଣି ଆନ୍ଦୋଳନ କରାଯିବ ବୋଲ ଗ୍ରାମବାସୀ କହିଛନ୍ତି।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Related Stories
September 19, 2024
September 19, 2024