
ଭୁବନେଶ୍ଵର, ବାଲେଶ୍ଵର ବାହାନଗା ନିକଟରେ ଶୁକ୍ରବାର ରାତିରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର ଓ ଟ୍ରାକ୍ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା । ଡାଉନ୍ ମେଲ୍ ଲାଇନ୍ କୁ ଆଜି ଦିନ ୧୨ଟା ୫ ସୁଦ୍ଧା ଫିଟ୍ କରାଯାଇଥିବା ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।