
-
ଇଂଟରଲକିଂ ସିଷ୍ଟମ୍ ଫେଲ୍ ପାଇଁ ଦୁର୍ଘଟଣା ଘଟିଲା – ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ
ଭୁବନେଶ୍ଵର, ବାଲେଶ୍ଵର ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଇଂଟରଲକିଂ ସିଷ୍ଟମ୍ ଫେଲ୍ ଯୋଗୁଁ ଘଟିଛି । ତଦନ୍ତ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ।
ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ଇଂଟରଲକିଂ ସିଷ୍ଟମ୍ ଫେଲ୍ ପାଇଁ ଏହି ଦୁର୍ଘଟଣା ଘଟିଛି । ରେଳ ଦୁର୍ଘଟଣାର ତଦନ୍ତ ସରିଛି । ତଦନ୍ତରୁ ଏହା ସ୍ପଷ୍ଟ ହୋଇଛି । ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ରିପୋର୍ଟ ଆଧାରରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।