ଭୁୁବନେଶ୍ୱର – ଡିସେମ୍ବର ମାସ ସୁଦ୍ଧା ବିଜେପି ରାଜ୍ୟ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ମାସ ଶେଷ ସୁଦ୍ଧା ରାଜ୍ୟ ବିଜେପି ସଭାପତି ନିର୍ବାଚନ ହେବ ବୋଲି ସୂଚନା ଦେଇଛନ୍ତି ବିଜେପି ପ୍ରଭାରୀ ତଥା ପାର୍ଟିର ଅଖିଳ ଭାରତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ।
ଶ୍ରୀ ସିଂହ କହିଛନ୍ତି ଯେ ବିଜେପି ରାଜ୍ୟ ସଭାପତି ପଦ ପାଇଁ ଏକ ମତଦାତା ସୂଚୀ ତିଆରି କରା ଯାଇଥାଏ । ଏଥିରେ ସମସ୍ତ ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦର ସଦସ୍ୟ ମାନେ ରହିଥାନ୍ତି । ଏହି ମତଦାତା ସୂଚୀର ସଦସ୍ୟ ମାନେ ରାଜ୍ୟ ସଭାପତି ବାଛିଥାନ୍ତି ।
ସେ କହିଛନ୍ତି ଯେ ବିଜେପି ହେଉଛି ଏକ ମାତ୍ର ରାଜନୈତିକ ଦଳ ଯେଉଁ ଠାରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ରହିଛି । ବିଜେପିର ରାଜ୍ୟ ସଭାପତି କିଏ ହେବ ତାହା ଏବେ ଠାରୁ କହି ହେବ ନାହିଁ । ଏହି ମତଦାତା ସୂଚୀରେ ଥିବା ମତଦାତା ମାନେ ସ୍ଥିର କରିବେ ବୋଲି ସେ କହିଛନ୍ତି ।