
ଭୁବନେଶ୍ୱର – ବରଗଡ ଜିଲ୍ଲାର ବିଜେପି ଜିଲ୍ଲା ପରିଷଦର ସଦସ୍ୟ ମାନଙ୍କୁ ଅପହରଣ କରି ନିଆଯାଇଛି ବୋଲି ବିଜେପି ପକ୍ଷରୁ ଯାହା କୁହା ଯାଇଛି ତାହା ଠିକ ନୁହେଁ ବୋଲି କହିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ଉମେଶ ଚନ୍ଦ୍ର ବେହେରା ଓ ଅନ୍ୟ ମାନେ ।
ସେମାନେ କହିଛନ୍ତି ଯେ ସେମାନେ ବିଜେପିର କାମ କରିବାର ଶୈଳୀରେ ଅତିÂ ହୋଇ ବିଜେପି ଛାଡିଛନ୍ତି । ବିଜେପି ଦ୍ୱାରା ଆମ ଅଂଚଳରେ କୌଣସି ବିକାଶ କାମ ହୋଇ ପାରିଲା ନାହିଁ । ଅଂଚଳର କୌଣସି କାମ ହେଉ ନ ଥିବା କାରଣରୁ ସେମାନେ ବିଜେପି ଛାଡି ସାରିଛନ୍ତି । ବିକାଶ ଧାରାରେ ସାମିଲ ହେବାକୁ ସେମାନେ ଏବେ ନୁହେଁ ବରଂ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜେଡିରେ ସାମିଲ ହୋଇ ସାରିଛନ୍ତି ବୋଲି ସେମାନେ କହିଛନ୍ତିା
ଶ୍ରୀ ବେହେରା କହିଛନ୍ତି ଯେ ବିଜେପିରେ ଥିବା ସମୟରେ ତାଙ୍କ ଅଂଚଳରେ କାମ ହେଉ ନ ଥିବା କାରଣରୁ ବିଜେପିର କିଛି ଜିଲ୍ଲା ପରିଷଦ ସଦସ୍ୟ ଏକାଠି ହୋଇ ବିଜେପି ଛାଡିଥିଲୁ ।
ଉଲ୍ଲେଖନୀୟ ଯେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ କରା ଯାଇଥିଲା ଯେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଇଙ୍ଗିତରେ ବିଜେପିର ଜିଲ୍ଲାପରିଷଦ ସଦସ୍ୟ ମାନଙ୍କୁ ଅପହରଣ କରି ନିଆ ଯାଇଛି ।