ଭୁବନେଶ୍ୱର, ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ୍ ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ବର୍ତମାନ ସୁଦ୍ଧା ୨୬୧ଜଣଙ୍କର ମୃତ୍ୟୁ ଘଟିଛି । ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଜାରୀ ବୁଲେଟିନରେ ଏହି ସୂଚନା ଦିଆଯାଇଛି ।
ବୁଲେଟିନରେ କୁହାଯାଇଛି ଯେ ଆହତ ଯାତ୍ରୀମାନଙ୍କୁ ଗୋପାଳପୁର, ଖନ୍ତାପଡ଼ା, ବାଲେଶ୍ବର, ଭଦ୍ରକ ଓ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।