
ନୂଆଦିଲ୍ଲୀ, ଓଡ଼ିଶାରେ ଟ୍ରେନ୍ ଦୁର୍ଘଟଣା ପରେ ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିସହ ଶ୍ରୀ ମୋଦି ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ଆସୁଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ କରାଯାଇଛି:
‘ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଟ୍ରେନ୍ ଦୁର୍ଘଟଣା ପରେ ସ୍ଥିତିର ଅନୁଧ୍ୟାନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ସମୀକ୍ଷା ବୈଠକରେ ଲୋକଙ୍କ ଉଦ୍ଧାର, ରିଲିଫ୍ ଏବଂ ଚିକିତ୍ସା ବାବଦରେ ଆଲୋଚନା କରାଯାଇଥିଲା ।’