
ଭଦ୍ରକ – ଭଦ୍ରକୀୟ ଅସ୍ମିତା ପ୍ରତୀକ, ଆଦ୍ୟ ଜିଲ୍ଳା ମହୋତ୍ସବ ତ୍ୟାଗଭୂମି – ୨୦୧୯ର ଚତୁର୍ଥ ସାନ୍ଧ୍ୟ ଅଧିବେଶନ ଏକ ବୌଦ୍ଧିକ ତଥା ତର୍କସିଦ୍ଧ ବିଚାରପୂର୍ଣ୍ଣ ସମାବେଶରେ ଅନୁଷ୍ଠିତ ହୋଇ ଯାଇଛି। ସ୍ବାଦୀନତା ସଂଗ୍ରାମ, ଜାତୀୟତା ଓ ସଦ୍ଭାବନାର ଅଗ୍ରସାରଥୀ ମହମ୍ମଦ ହନିଫ୍ଙ୍କ ନାମରେ ସମର୍ପିତ ଉକ୍ତ ମରେ ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ବିବେଦୀଙ୍କ ପୌରୋହିତ୍ୟରେ ମୁଖ୍ୟଅତିଥି ଭାବରେ େଯାଗ ଦେଇଥିଲେ ଓଡ଼ିଶାର ଖ୍ୟାତନାମା କବି ତଥର ଅବସରପ୍ରାପ୍ତ ପ୍ରାଧ୍ଯାପକ ଡ. ହୃଷୀକେଶ ମଲ୍ଳିକ। ଓଡ଼ିଶା ଖଦି ଓ ଗ୍ର୍ରାମ୍ୟ ଉଦ୍ୟୋଗ ବୋର୍ଡ଼ର ସଭାପତି ସଂଗ୍ରାମ କେଶରୀ ପାଇକରାୟ ବରେଣ୍ୟ ଅତଇôଥ ଏବଂ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ମୁଖ୍ୟବକ୍ତା ଭାବରେ େଯାଗ ଦେଇଥିଲେ। ମହମ୍ମଦ ଅନିଫ୍ଙ୍କ ଏହି ମରେ ଆଜି ଯଦି ଗାନ୍ଧୀଜୀ ଥାଆନ୍ତେ ଶୀର୍ଷକରେ ଭାରତ ବର୍ଷର ଅତୀତ, ବର୍ମାନ ଓ ଭବିଷ୍ୟତର ରାଜନୈତିକ ଚିତ୍ରପଟ୍ଟ ତଥା ମାହାଭରିୀୟ ଚେତନା ଜୀବନଚର୍ଯ୍ୟା ଓ ସାଂସ୍କୃତିକ ଗତିପ୍ରକୃତି ଉପରେ ତା୍ବିକ ବକ୍ତବ୍ୟ ଅତିଥିମାନେ ପ୍ରଦାନ କରିଥିଲେ। ଗାନ୍ଧୀ ଦର୍ଶନ କେକବଳ ଜୀବନକୁ ଉଚିତ ମାର୍ଗରେ ପରିଚାଳିତ କରେ ନାହó, ବରଂ ରାଷ୍ଟ୍ରର ଅର୍ଥନୈତିକ ପ୍ରଗତି କରାଏ ବୋଲି ମତ ପ୍ରକାଶ କରିଥିଲେ। ମହୋତ୍ସବ କମିଟିର ସଦସ୍ୟ ପରମାନନ୍ଦ ଦାସ ଅତିଥିମାନଙ୍କୁ ମକୁ ଆହ୍ବାନ କରିଥିବା ବେଳେ ଅନ୍ୟତମ ବରିଷ୍ଠ ସଦସ୍ୟ ଅଧିବକ୍ତା ଗିରିଧାରୀ ନାଥ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଦସ୍ୟ ଦେବଦର୍ଶନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସµାଦକ ଅଧିବକ୍ତା ତୁଷାରକାନ୍ତି ମହାନ୍ତି ସମସ୍ତ ଅତିଥିବୃନ୍ଦଙ୍କୁ ସମ୍ମେଳନର ଦସ୍ତାବିଜ ‘ତ୍ୟାଗଭୂମି’ ପ୍ରଦାନ କରିଥିଲେ। ସଦସ୍ୟ ଅଶୋକ ଦ୍ବିବେଦୀ ମ ପରିଚାଳନା କରିଥିବା ବେଳେ ଅନ୍ୟତମ ସଦସ୍ୟ ଅମ୍ବିକାବଲ୍ଲଭ ସ୍ବାଇଁ ଉତ୍ସବକୁ ପରିଚାଳନା କରିଥିଲେ। ମନମୋହନ ସଂଗୀତ ପରିଷଦ ଦ୍ବାରା ପ୍ରାରମ୍ଭିକ ସଂଗୀତ ପରିବଷେଣ କରାଯାଇଥିଲା। ଶ୍ରୀକ୍ଷେତ୍ର ଭଜନ ସଂଗୀତ ଅନୁଷ୍ଠାନ, ଭୁବନେଶ୍ବରର ଗାୟକ ଓ କାଳକାରମାନଙ୍କ ଦ୍ବାରା ଭକ୍ତି ସଂଗୀତ ଓ ପୁରାତନ ଓଡ଼ିଆ ଚଳଚ୍ଚିତ୍ର ସଂଗୀତ ଦର୍ଶକଙ୍କୁ ମନ୍ରମୁଗ୍ଧ କରିଥିଲା।