କେନ୍ଦ୍ରାପଡ଼ା- ବାହ୍ୟମଳମୂତ୍ର ତ୍ୟାଗ ବିରୋଧରେ ଜନଜାଗରଣ ସୃଷ୍ଟି କରି ସ୍ୱଚ୍ଛ ଭାରତ ଓ ପରିଷ୍କାର ପରିଚ୍ଛନ୍ନତା ପ୍ରତି ସଚେତନତା ସୃଷ୍ଟି କରାଯାଇ ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ଗଠନ ଦିଗରେ ପ୍ରଚାର ପ୍ରସାର କରାଯାଉଥିବାବେଳେ ଏହାର ବିପରୀତ ଅବସ୍ଥା ଦେଖିବାକୁ ମିଳିଛି । ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଥିବା ଜନସାଧାରଣଙ୍କ ପରିସ୍ରାଗାର ରକ୍ଷଣା ବେକ୍ଷଣ ଅଭାବରୁ ବ୍ୟବହାର ଅନୁପଯୋଗୀ ହୋଇପଡିଛି । ଜିଲ୍ଲା କାର୍ଯ୍ୟାଳୟ, ସାମାଜିକ ସୁରକ୍ଷା ବିଭାଗ ଓ ନିର୍ବାଚନ ବିଭାଗ ମଧ୍ୟବର୍ତୀ ସ୍ଥାନରେ ପାଚେରୀ କଡକୁ ଏହି ପରିସ୍ରାଗାର ତିଆରି କରାଯାଇଛି । କାର୍ଯ୍ୟାଳୟକୁ ବିଭିନ୍ନ କାମ ନେଇ ଆସୁଥିବା ପୁରୁଷ ଓ ମହିଳା ଜନସାଧାରଣଙ୍କ ବ୍ୟବହାର ପାଇଁ ତିଆରି ହୋଇଥିବା ଏହି ପରିସ୍ରାଗାର ଭିତରେ ଆଣ୍ଠୁଏ ପାଣି ଜମି ରହିବା ସହ ଦୁର୍ଗନ୍ଧରେ ଫାଟି ପଡୁଛି । ଫଳରେ ବାହାରୁ ଆସୁଥିବା ଜନସାଧାରଣ ସ୍ଥାନ ନପାଇ ଏଣେତେଣେ ପରିସ୍ରା କରୁଥିବା ଦେଖିବାକୁ ମିଳିଛି । ତୁରନ୍ତ ଏହାର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେଇ ବ୍ୟବହାର ଉପଯୋଗୀ କରିବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।
Related Stories
November 24, 2024
November 24, 2024