କେନ୍ଦ୍ରାପଡ଼ା- ୧୨୫ ବର୍ଷର ଆୟବା ପ୍ରାଥମିକ ବିଦ୍ୟାଳୟର ଶୋଚନୀୟ ଅବସ୍ଥା ବିଷୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । କେନ୍ଦ୍ରାପଡା ବ୍ଲକ ଅଧିନ ଆୟବା ପଂଚାୟତରେ ଥିବା ଏ ଅଂଚଳର ସର୍ବପ୍ରାଚୀନ ଏହି ବିଦ୍ୟାଳୟରେ ୭ଟି ଶ୍ରେଣୀର ଛାତ୍ରଛାତ୍ରୀମାନେ ଦୁଇଟି ଘରେ ପାଠ ପଢୁଥିବାବେଳେ ମାତ୍ର ୨ ଜଣ ଶିକ୍ଷକ ପ୍ରାୟ ୧୫୦ ପିଲାଙ୍କୁ ସମ୍ଭାଳୁଛନ୍ତି । ଜିଲ୍ଲାପାଳ ଶ୍ରୀ ବର୍ମା ଏହି ସ୍କୁଲକୁ ଯାଇ ପ୍ରକୃତ ଅବସ୍ଥା ପର୍ଯ୍ୟବେକ୍ଷଣ କରିବା ସହ ଶିକ୍ଷକ/ଶିକ୍ଷୟିତ୍ରୀ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଏହାସହ ଏହି ବିଦ୍ୟାଳୟ ପାଇଁ ନୂତନ ଶ୍ରେଣୀ ଗୃହ ନିର୍ମାଣ ଖୁବ୍ ଶୀଘ୍ର କରାଯିବ ବୋଲି ସୂଚନା ଦେଇଥିଲେ । ସେଠାରେ ଚାଲୁଥିବା ଅଙ୍ଗନୱାଡୀ କେନ୍ଦ୍ର ପାଇଁ ପାଖରେ ଖାଲିଥିବା ଜାଗା ଉପରେ ଏକ ଅଙ୍ଗନୱାଡୀ ଗୃହ ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଆୟବା ସରପଂଚ ଗଗନ ବିହାରୀ ସାହୁ, ପିଡି ଡିଆର୍ଡିଏ ଦିଲ୍ଲୀପ କୁମାର ପରିଡା ଓ ସାମ୍ବାଦିକ ବୀରେନ୍ ଦାସଙ୍କ ସମେତ ଅଂଚଳର ମୁରବୀସ୍ଥାନୀୟ ବ୍ୟକ୍ତିମାନେ ଆଲୋଚନା କରିଥିଲେ ।
Related Stories
November 24, 2024
November 24, 2024