
ଭଦ୍ରକ – ଭଦ୍ରକ ଓକିଲ ସଂଘ ସମ୍ମିଳନୀ କକ୍ଷରେ ଅଲ୍ ଇଣ୍ଡିଆ ଲୟର୍ସ ୟୁନିୟନ (ଆଲୁ)ର ଦ୍ବିତୀୟ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବରିଷ୍ଠ ଆଇନଜୀବୀ ସନ୍ତୋଷ ନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ‘ଆଲୁ’ର ସର୍ବଭାରତୀୟ ଉପସଭାପତି ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଡେଜ୍ଗିନେଟେଡ଼ ସିନିୟର ଆଡ୍ଭୋକେଟ ଲକ୍ଷ୍ମୀଧର ପଙ୍ଗାରୀ େଯାଗ ଦେଇ କହିଲେ କି ଭାରତ ବର୍ଷରେ ନ୍ୟାୟ ବ୍ୟବସ୍ଥାରେ ଏକାଧିବାର ସଂକଟ ସୃଷ୍ଟି ହୋଇଛି। ବିଶେଷ କରି ୨୦୧୪ ମସିହା ଠାରୁ କେନ୍ଦ୍ରରେ ବିଜେପି ଦଳ ଶାସନରେ ସୁପ୍ରିମ୍କୋର୍ଟ ଏବଂ ହାଇକୋର୍ଟ ଗୁଡ଼ିକ ମଧ୍ଯରେ ଖୁଲମଖୁଲା ହସ୍ତକ୍ଷେପ େଯାଗୁ ନ୍ୟାୟ ବ୍ୟବସ୍ଥାରେ ସଂକଟ ଦେଖା ଯାଇଛି। ଅଦ୍ୟାବଧି ଦେଶରେ ପ୍ରାୟ ସାଢେ ଚାରି ହଜାର ବିଚାରପତିମାନଙ୍କର ପଦବୀ ଫାଙ୍କା ପଡ଼ିଥିବା ବେଳେ ଓଡ଼ିଶା ହାଇକୋର୍ଟରେ ୨୭ଜଣଙ୍କ ମଧ୍ଯରୁ ମାତ୍ର ୧୩ଜଣ ବିଚାରପତି କାର୍ଯ୍ୟ କରିବା ଦର୍ମକୁ ଆଖôଠାର ସୃଷ୍ଟି କରିଛି ଏବଂ ଓଡ଼ିଶାରେ ନ୍ୟାୟ ବ୍ୟବସ୍ଥା ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି। କେରଳ, ତେଲେଙ୍ଗାନା ରାଜ୍ୟର ଉଦାହରଣ ଦେଇ ମୁଖ୍ୟଅତିଥି ଶ୍ରୀଯୁକ୍ତ ପଙ୍ଗାରୀ କହିଲେ କି ଓକିଲମାନଙ୍କର ମଙ୍ଗଳ ପାଇଁ ଏହି ରାଜ୍ୟରେ ଓକିଲ ମଙ୍ଗଳ ପାଣ୍ଠିକୁ ୧୦ କୋଟି ଓ ୧୧କୋଟି ଟଙ୍କା ସହାୟତା ଦେବା ସଂଗେ ସଂଗେ ସେମାନଙ୍କ ପରିବାର ପାଇଁ ଉନ୍ନତ ବୀମା େଯାଜନା ଲାଗୁ କରାଯାଇଛି। ଏ କ୍ଷେତ୍ରରେ ଓଡ଼ିଶାର ମୁଖ୍ୟମନ୍ରୀ ନବୀନ ବାବୁ ଓକିଲ ସମାଜ ପ୍ରତି ବିମୁଖ ଥିବା ଜଣା ଯାଇଛି। ସମ୍ମିଳନୀ ପ୍ରାରମ୍ଭରେ କଚେରୀ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ିରେ ମାଲ୍ୟାର୍ପଣ କରି ସଂଗଠନର ପତାକା ଉୋଳନ କରିଥିଲେ ବରିଷ୍ଠ ଅଧିବକ୍ତା ଓ ଆଜୀବନ ସଂଗ୍ରାମୀ ନିରାକାର ଜେନା। ପ୍ରତିନିଧି ଅଧିବେଶନ ଦିନ ୧୧ଟାରେ ଆରମ୍ଭ ହୋଇ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ସମ୍ମିଳନରେ ପ୍ରାୟ ଦେଢଶହ ଓକିଲ ପ୍ରତିନିଧି େଯାଗ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଙ୍ଗାରୀ କ୍ୟାଣ୍ଡେଲ ଜାଳି ଏହାକୁ ଉଦ୍ଘାଟନ କରିଥିଲେ। ଆଡ଼ଭୋକେଟ ଗିରିଧାରୀ ନାଥ ସ୍ବାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ସଂପାଦକ ଦୀପକ ମହାପାତ୍ର, ବରିଷ୍ଠ ଆଡ୍ଭୋକେଟ ନିରାକାର ଜେନା, ପର୍ଶୁରାମ ଦ୍ବିବେଦୀ, ଦିବ୍ୟସିଂହ ନାୟକ, ଜିଲ୍ଳା ସµାଦକ ରାଧା ଦାସ, ବାର୍ କାଉନସିଲ ସଭ୍ୟ ପବନ ଶର୍ମା, ଭଦ୍ରକ ଓକିଲ ସଂଘ ସଭାପତି ଦିଲିପ ମହାପାତ୍ର, ସାଧାରଣ ସµାଦକ ସୂର୍ଯ୍ୟକାନ୍ତ କୁଅଁର ପ୍ରମୁଖ ‘ନ୍ୟାୟାଳୟ ସଂକଟ ଓ ଓକିଲ ମାନଙ୍କ ଭୂମିକା’ ବିଷୟରେ ମତାମତ ରଖôଥିଲେ। ଆଡଭୋକେଟ ପାର୍ଥସାରଥୀ ପଣ୍ଡା, ରତ୍ନାକର ବାରିକ, ବିଶ୍ବଜିତ୍ ରାଉତରାୟ, ରାଜୀବ ବାରିକ, ଶରତ ମହାକୁନ, କିଶୋର ବଳ, ରବୀନ୍ଦ୍ର କର, ପୂର୍ଣ୍ଣ ଲେଙ୍କା, ଅଗଣୀ ଚରଣ ଜେନା, ଗୋଲକ ଚନ୍ଦ୍ର ଦାସ ପ୍ରମୁଖ ସମ୍ମିଳନୀ ପରିଚାଳନାରେ ସହେଯାଗ କରିଥିଲେ। ଶେଷର ଏକ ନୂତନ ଜିଲ୍ଲା କମିଟି ଗଠନ କରାଯାଇଥିଲା। ଏହି କମିଟିରେ ସନ୍ତୋଷ ନାୟକ ସଭାପତି, ଗିରିଧାରୀ ନାଥ ୁପସଭାପତି, ରାଧା ଦାସ ସµାଦକ, କଳ୍ପତରୁ ଜେନା ସହସµାଦକ ଏବଂ କୋଷାଧ୍ଯକ୍ଷ ଭାବେ ବିଷ୍ଣୁ ଦାସ ନିର୍ବାଚିତ ହୋଇଥିଲେ। ଶେଷରେ ଯୁବ ଆଇନଜୀବୀ ବିକାଶ ନାଥ ଧନ୍ୟବାଦ ଦେଇଥିଲେ।