କୋଣାର୍କ- ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଡ଼ିସେମ୍ବର ୧୪ରୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ୪୯ଦିନ ଧରି କୋଣାର୍କ-ପୁରୀ ବେଳାମାର୍ଗର ସାହୁଖଣତା ଠାରେ ଆୟୋଜିତ ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ-୨୦୧୯କୁ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଲୁନ ଉଡାଇ ଉଦଘାଟନ କରିଛନ୍ତି । ଏହାପରେ ଏକ ସ୍ୱତନ୍ତ୍ର ବେଟ୍ରିଚାଳିତ ଗାଡିରେ ବସି ଇକୋ ରିଟି୍ରଟ ଟେଣ୍ଡ ଭିଲେଜ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ।
ଏହି ଉଦଘାଟନ ଉତ୍ସବରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ର୍ରାହୀ, ଉନ୍ନୟନ ସଚିବ ସୁରେଶ ମହାପାତ୍ର, ପର୍ଯ୍ୟଟନ ବିଭାଗର ସଚିବ ବିଶାଲ କୁମାର ଦେବ, ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଳିକ, କ୍ରିଡା ଓ ଯୁବସେବା ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, କେନ୍ଦ୍ରାଚଂଳ ଆରଡିସି ଅନିଲ ସାମଲ, ରାଜ୍ୟ ପର୍ଯ୍ୟଟନ ବିଭାଗ ଯୁଗ୍ମ ନିଦେ୍ର୍ଧଶକ ଉପôଳ କୁମାର ପତି, ପର୍ଯ୍ୟଟନ ନିର୍ଦେଶକ ସଚିନ ଯାଦବ, ପର୍ଯ୍ୟଟନ ଉନ୍ନୟନ ନିଗମର ନିଦେ୍ର୍ଧଶକ ହେମନ୍ତ କୁମାର ସୟ, ଜିଲ୍ଲାପାଳ ବଲୱାନ୍ତ ସିଂ, ଏସପି ଉମାଶଙ୍କର ଦାଶ, ପର୍ଯ୍ୟଟନ ବିଭାଗର ସହ ନିଦେ୍ର୍ଧାକ ବିଜୟ ଜେନା, ଭୁବନେଶ୍ୱର ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ ଏବଂ ଉତ୍ସବ ସହ ଜଡ଼ିତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ । ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ କୋଣାର୍କ-ପୁରୀ ବେଳାମାର୍ଗ ସାହୁଖଣତା ଠାରେ ଅତ୍ୟାଧୁନିକ ଟେଂଟ ଭିଲେଜ ନିର୍ମାଣ କରାଯାଉଛି । ପର୍ଯ୍ୟଟକମାନେ ବାଲୁଖଣ୍ଡ ଅଭୟାରଣ୍ୟ ସଂଲଗ୍ନ ବଙ୍ଗୋପସାଗରର ସମୁଦ୍ର କୂଳରେ ନିର୍ମିତ ଅତ୍ୟାଧୁନିକ ଟେଂଟ ଭିଲେଜରେ ରାତି୍ର ରହଣି କରିବା ସହିତ ସ୍ପା, ଜଳକ୍ରୀଡ଼ା, ଦୁଃସାହାସିକ କ୍ରୀଡ଼ା, ଆକାଶରେ ଉଡିବାର ମଜା, ବିଭିନ୍ନ ପ୍ରକାର ଖାଦ୍ୟର ପ୍ରଦର୍ଶନୀ, ହସ୍ତଶିଳ୍ପ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିପାରିବେ । ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା, ଗମନାଗମନ, ପାନୀୟ ଜଳ ଯୋଗାଣ ଇତ୍ୟାଦିର ସୁବନେ୍ଦାବସ୍ତ କରାଯାଇଛି । ଏହି ଇକୋ ରିଟ୍ରିଟ ଭିଲେଜ ମଧ୍ୟରେ ସମସ୍ତ ସୁବିଧା ଥାଇ ୫୦ଟି ଅତ୍ୟାଧନିକ ଶୀତତାପ ନିୟନ୍ତ୍ରୀ ଟେଂଟ ଗୃହ ନିର୍ମାଣ କରାଯାଉଛି । ଏହି ଇକୋ ରିଟ୍ରିଟ ଭିଲେଜକୁ ୩ଟି ଶ୍ରେଣୀରେ ‘ସୁପର ପି୍ରମିୟମ, ପି୍ରମିୟମ ଓ ଡିଲକ୍ସ’ ବିଭାଗରେ ବିଭାଜିତ କରାଯାଇଛି । ଗୋଟାଏ ରାତ୍ରୀ ରହଣି କରିବା ନିମନ୍ତେ ୯ ହଜାର ଟଙ୍କାରୁ ୨୮ ହଜାର ଟଙ୍କା ଦେଇ ପର୍ଯ୍ୟଟକମାନେ ରହିପାରିବେ । ଏଥିପାଇଁ ପର୍ଯ୍ୟଟନ ବିଭାଗର ୱେବସାଇଟରେ ବୁକିଙ୍ଗିର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟନ ବିଭାଗକୁ ଏହି ଇକୋ ରିଟ୍ରିଟ ଭିଲେଜର ସଫଳତା ମିଳିଲେ ପ୍ରତ୍ୟେକ ବର୍ଷ କୋଣାର୍କ-ପୁରୀ ବେଳାମାର୍ଗରେ ଏହିପରି କାର୍ଯ୍ୟକ୍ରମ କରାଯିବ । ରଙ୍ଗ ବେରଙ୍ଗ ଆଲୋକମାଳାରେ ଇକୋ ରିଟ୍ରିଟ ଭିଲେଜ ପରିସର ସଜେଇ ହୋଇଛି । ପର୍ଯ୍ୟଟକଙ୍କୁ ବେଳାମାର୍ଗ ରାସ୍ତାରୁ ଇକୋ ରିଟ୍ରିଟ ଭିଲେଜ ପରିସର ନେବା ଆଣିବା ପାଇଁ ବେଟ୍ରିଚାଳିତ ଯାନର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସମୁଦ୍ରରେ ନୌକା ବିହାର, ୱାଟର ସ୍କୁଟର, ଆକାଶ ଛତାରେ ଉଡିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଆଜି ଉଦଘାଟନି ଦିବସରେ ପ୍ରବଳ ଜନ ସମାଗମ ହୋଇଥିଲା । ଏହି ସମୟରେ କୋଣାର୍କ-ପୁରୀ ବୋଳାମାର୍ଗର ଉଭୟ ପାଶ୍ୱର୍ରେ ଲୋକ ଯାନବାହାନ ରଖିବାରୁ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।