
ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାରେ ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଶ୍ରୀ ପ୍ରଧାନ ବୁଧବାର ରାତିରେ ଭୁବନେଶ୍ୱରରୁ ଟ୍ରେନ୍ ଯୋଗେ ସମ୍ବଲପୁର ଯାତ୍ରା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଦୁର୍ଗା ମଙ୍ଗଲମ, ଧର୍ମଶାଳା ଖେତରାଜପୁର, ଶାନ୍ତି ନଗର, ଜଗନ୍ନାଥ କଲୋନି, କୁଲୁଥକାନି, ସିନ୍ଦୁରପଙ୍ଖ୍, ଅଇଁଠାପାଲ୍ଲି, ଠାକୁରପଡା, ମୋଦିପଡା, ଝାରୁଆପଡ଼ା, ନନ୍ଦପଡା ଓ ହୀରାକୁଦ ସମେତ ଅନେକ ସ୍ଥାନରେ ଶୀତଳ ଷଷ୍ଠୀ ଯାତ୍ରାରେ ସାମିଲ ହେବେ । ଶେଷରେ ଶ୍ରୀ ପ୍ରଧାନ ସମଲେଶ୍ୱରୀ ମନ୍ଦିରରେ ଦର୍ଶନ ସହ ପୂଜାର୍ଚ୍ଚନା କରିବା