
କନ୍ଧମାଳ- ଆଜି କନ୍ଧମାଳ ଜିଲା ବାଲିଗୁଡା ରାସ୍ତାରେ ଥିବା ବାଟାଗୁଡା ରାସ୍ତାକୁ ସେହି ଗ୍ରାମର ଲୋକେ ଗତ ୧୦ ତାରିଖରେ ବାଲିଗୁଡା ପାତ୍ରପଡାରେ ଘଟିଥିବା ସୁଚନା ଅଦôକାର କର୍ମୀ ଅଭିମନୁ୍ୟ ପଣ୍ଡାଙ୍କ ହତ୍ୟାକାଣ୍ଡର ଅପରାଧିଙ୍କୁ ଧରିବା ଦାବୀରେ ବାଟାଗୁଡାର ଗ୍ରାମବାଙ୍ମାନେ ରାସ୍ତା ରୋକ କରିଛନ୍ତି ।ହତ୍ୟାକାଣ୍ଡର ଶୀକାର ହୋଇଥିବା ଅଭିମନୁ୍ୟଙ୍କ ଘର ବାଟାଗୁଡାରେ ହୋଇଥିବାରୁ ସେହି ଗ୍ରାମର ଲୋକେ ଏହି ପଦକ୍ଷେପ ନେଇଛନ୍ତି । ଏହି ଘଟଣାକୁ ୪ ଦିନ ବିତିଯାଇଥିଲେ ବି ପୋଲିସ ହତ୍ୟାକାଣ୍ଡର କାରଣ ଏବଂ ହତ୍ୟାକାରୀଙ୍କ ବିଷୟରେ କୌଣସି ସୁରାକ ପାଇନାହିଁ । ସେଥରପାଇଁ ଆଜି ବାଟାଗୁଡାର ଉତ୍ୟକ୍ତ ଗ୍ରାମବାସୀମାନେ ୫୯ ନଂ ଜାତୀୟ ରାଜପଥକୁ ବନ୍ଦ କରିଥିଲେ । ସେଥିପାଇଁ ଆଜି ବାଲିଗୁଡାରୁ ବ୍ରହ୍ମପୁର ଏବଂ ରାୟଗଡାକୁ ଯାତାୟାତ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା । ଏହି ରାସ୍ତା ବନ୍ଦ ରହିବାରୁ ଲୋକଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥିଲା । ଖବର ପାଇ ବାଲିଗୁଡା ଥାନା ଅଧିକାରୀ ସେଠାରେ ପହଂଚି ୪-୫ ଦିନ ମଧ୍ୟରେ ଅପରାଧି ମାନଙ୍କୁ ଗିରଫ କରାଯିବା ନେଇ ପ୍ରତିଶୁ୍ରତି ଦେବାସହିତ ଲୋକଙ୍କୁ ବୁଝାସୁଝା କରିବାପରେ ଅପରାହ୍ନ ୪ଟା ବେଳେ ରାସ୍ତା ରୋକ ହଟିଥିଲା । ଯାଥାଶିଘ୍ର ଏହି ଘଟଣାର ଅପରାଧି ମାନଙ୍କୁ ଗିରଫ କରା ନଗଲେ ଗ୍ରାମବାସୀ ପୁଣି ବନ୍ଦ ଡାକରା ଦେବେ ବୋଲି କହିଛନ୍ତି ।