ଧର୍ମଶାଳା – ଯାଜପୁର ଜିଲା ଚଣ୍ଡିଖୋଲ କୋର୍ଟ ପରିସରରେ ରାଷ୍ଟ୍ର୍ୀୟ ଲୋକ ଅଦାଲତ ଅନୁÂିତ ହୋଇଯାଇଛି । ଜମିଜମା,ବ୍ୟାଙ୍କ ଋଣ ସମ୍ବଦ୍ଧୀୟ ମାମଲା, ଚେକ ବାଉନ୍ସ ଓ ପାରିବାରିକ ସମ୍ବଦ୍ଧୀୟ ଆଦି ମାମଲା ଏହି ଅଦାଲତରେ ସମାଧାନ କରାଯାଇଥିଲା । ଚଣ୍ଡିଖୋଲ ସବ୍ଜଜ୍ କୋର୍ଟର ବିଚାରପତି ମାନ୍ୟବର ବିଷ୍ଣୁ ପ୍ରସାଦ ମିଶ୍ର ଓ ଜେ.ଏମ.ଏଫ. ସିର କୋର୍ଟର ବିଚାରପତି ମାନ୍ୟବର ସୌମ୍ୟ ରଞ୍ଜନ ପୃଷ୍ଟି ମାମଲା ଗୁଡିକର ସମାଧାନ କରିଥିଲେ । ଏଥିରେ ସମୁଦାୟ ୧୮ ଲକ୍ଷ ୭୫ ହଜାର ୦୨୫ଟଙ୍କା ବ୍ୟାଙ୍କ ଋଣ ସମ୍ବଦ୍ଧୀୟ ଟଙ୍କା ଆଦାୟ କରାଯାଇଥିଲା ବେଳେ ସବ୍ଜଜ୍ କୋର୍ଟର ଜମିଜମା ସମ୍ବଦ୍ଧୀୟ ୮ଟି ମକଦମା ଓ ୧୮୨ଟି ଚେକ ବାଉନନ୍ସ ମାମଲା, ୬ ଗୋଟି ପାରିବାରିକ ସମ୍ବଦ୍ଧୀୟ ମାମଲା ସମାଧାନ କରାଯାଇଥିଲା । କୋର୍ଟ ଅଧିନସ୍ଥ ବିଭିନ୍ନ ବ୍ୟାଙ୍କର କର୍ମଚାରୀ ଯୋଗ ଦେଇଥିଲେ । ବାର ଆସସୋସିଏସନର ସଭାପତି ଆଇନଜୀବୀ ଜନ ବେହେରା ସମ୍ପାଦକ ଉଦୟନାଥ ସାହୁ, ପୂର୍ବତନ ସଭାପତି ଶରତ ଷଡଙ୍ଗୀ, ତାଲୁକ ଆଇନସେବା ସଭ୍ୟ କୈଳାସ ଚନ୍ଦ୍ର ସାମଲ, ଆଇନଜୀବୀ ଦେବରାଜ ବେହେରା, ନଳିନୀକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ମାମଲାର ସମାଧାନରେ ସହ ଯୋଗ କରିଥିଲେ ।
Related Stories
October 17, 2024